*ଆଶ୍ରମ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ*

ବରଗଡ:୭/୬(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟ ପରିସରରେ ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ଭଟଲି ପକ୍ଷରୁ ବିଶ୍ୱ ପରିବେଶ ଦିବସ -୨୦୨୫ ପାଳିତ ହୋଇଯାଇଛି।ଏଥିରେ ଭଟଲି ସମ୍ବାଦ ପ୍ରତିନିଧି ନରସିଂହଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେମୁଖ୍ୟ ଅତିଥି ଭାବରେ ଉଦ୍ୟାନ କୃଷି ଅଧିକାରୀ ଭବେଶ ଦଳାଇ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ, ଆମ ଓଡ଼ିଶା ସମ୍ବାଦ ସାହିତ୍ୟ ଘର ଭଟଲିର ସଭାପତି ତିଆରାମ ଡ଼ନସନା ଓ ସମ୍ପାଦକ ତେଜରାଜ ହୋତା, ଗୋପାଳପୁର ଆଶ୍ରମ ବିଦ୍ୟାଳୟର ଶିକ୍ଷକ ତଥା ପ୍ରକୃତିପ୍ରେମୀ ଉଚ୍ଛବ ଭୁଏ, ପଞ୍ଚବଟୀ ବନ ସୁରକ୍ଷା ସମିତି ବେଲବାହାଲିର ସମ୍ପାଦକ ଖତୁ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ସାହୁ, ଅଶୋକ ସାହୁ, ଦୁର୍ଯୋଧନ ହାତୀ ଯୋଗଦାନ କରିଥିଲେ।ଅତିଥିବୃ୍ନ୍ଦ ବିଶ୍ଵ ପରିବେଶ ଦିବସର ମହତ୍ତ୍ଵ ଓ ପରିବେଶ ସୁରକ୍ଷା ନିମନ୍ତେ ଜନସଚେତନତାର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ।ପରିବେଶ ସଚେତନତା ଏବଂ ସୁରକ୍ଷା ପାଇଁ ଚଳିତ ବର୍ଷର ବିଷୟ ବସ୍ତୁ “ପ୍ଲାଷ୍ଟିକ୍ ପ୍ରଦୂଷଣ ର ପରିସମାପ୍ତି”ଉପରେ ଆଲୋଚନା କରିବା ସହିତ ଏକ୍ ପେଡ୍ ମାଁ କେ ନାମ୍ -୨.0 ସଂପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଆଗାମୀ ଦିନରେ ଚାରାରୋପଣ କରିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା।ଶେଷରେ ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।.



