ଭୂବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାର ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟାକୁ ସୁଗମ କରିଛନ୍ତି। ଏହି ପଦକ୍ଷେପ ପରେ ଚିଟଫଣ୍ଡ ଯୋଜନା ଦ୍ୱାରା ପ୍ରଭାବିତ ହଜାର ହଜାର କ୍ଷୁଦ୍ର ନିବେଶକଙ୍କୁ ଆଶ୍ୱସ୍ତି ଦେଇଛି।
ରାଜ୍ୟ ସରକାର ଗତ ବର୍ଷ ମଧ୍ୟରେ ୧,୨୬,୧୩୭ ନିବେଶକଙ୍କୁ ୪୭.୦୭ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଯାହା ପୂର୍ବ ଦଶନ୍ଧିର ପ୍ରୟାସ ତୁଳନାରେ ଏକ ଯଥେଷ୍ଟ ଉନ୍ନତି ବୋଲି କୁହାଯାଉଛି।ଉଲ୍ଲେଖଯୋଗ୍ୟ ଯେ ୨୦୧୪ରୁ ୨୦୨୪ ମଧ୍ୟରେ ୨,୭୯,୧୦୯ କ୍ଷୁଦ୍ର ନିବେଶକଙ୍କୁ କେବଳ ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ଏହି ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରି ମୁଖ୍ୟମନ୍ତ୍ରୀ ଆଗାମୀ ୩-୪ ମାସ ମଧ୍ୟରେ ଅତିରିକ୍ତ ୫ ଲକ୍ଷ କ୍ଷୁଦ୍ର ନିବେଶକଙ୍କୁ କ୍ଷତିପୂରଣ ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)


