ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ ବେଳେ ଅବକାରୀ ବିଭାଗ ଏକ ସ୍କର୍ପିଓ ଗାଡ଼ିରୁ ୧ କୁଇଣ୍ଟାଲ ୧୦ କେଜି ରୁପାଇଟା ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଗାଡ଼ି ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଅବକାରୀ ବିଭାଗ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ରେଙ୍ଗାଲି ଅଞ୍ଚଳରେ ନିୟମିତ ଯାଞ୍ଚ କରୁଥିବା ବେଳେ ଏହି ରୁପାଇଟା ଜବତ ହୋଇଛି। ସ୍କର୍ପିଓ ଗାଡ଼ିଟି ସନ୍ଦେହଜନକ ଭାବେ ଦେଖାଯିବାରୁ ଅଧିକାରୀମାନେ ତା’ର ତନ୍ନତନ୍ନ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ି ଭିତରୁ ଏତେ ପରିମାଣର ରୁପାଇଟା ମିଳିଥିଲା, ଯାହା ଅବୈଧ ଭାବେ ଚୋରାଚାଲାଣ ହେଉଥିବା ସନ୍ଦେହ କରାଯାଉଛି।ଅବକାରୀ ବିଭାଗ ସୂଚନା ଦେଇଛି ଯେ, ଜବତ ହୋଇଥିବା ରୁପାଇଟାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ଏବଂ ଏହା ଏକ ବଡ଼ ଧରଣର ଚୋରାଚାଲାଣ ମାମଲା ହୋଇପାରେ। ଅଟକ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଜେରା କରାଯାଉଛି ଏବଂ ଏହି ରୁପାଇଟାର ଉତ୍ସ ଓ ଗନ୍ତବ୍ୟ ସମ୍ପର୍କରେ ତଦନ୍ତ ଜାରି ରହିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

