ରୁଚିଦା ହାଇସ୍କୁଲରେ ବନମହୋତ୍ସବ ପାଳିତ

ବରଗଡ(ପବିତ୍ର ମେହେର ) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ରୁଚିଦାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସୁବୋଧ ଭୋଇ ତଥା ୟୁଥ୍ ଏଣ୍ଡ୍ ଇକୋ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ବଳରାମ ରଣାଙ୍କ ନେତୃତ୍ବରେ “ମାଁ ପାଇଁ ଗଛଟିଏ -୨.୦” କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ ଇକୋ କ୍ଲବର ଛାତ୍ରଛାତ୍ରୀମାନେ ବିଭିନ୍ନ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ହରବଲ୍ଲଭ ପ୍ରଧାନ, ପ୍ରଭାତ କୁମାର ନାୟକ,ତରଣୀସେନ୍ ପଧାନ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ମେନକା ସୁନା, ମେନକା ମେହେର ଓ ତନୟା ଡନସନା,ସବିତା ଦେହେରୀ ଓ ପୁଷ୍ପାଙ୍ଗିନୀ ଭୁଏ ଅଂଶ ଗ୍ରହଣ କରି ସକ୍ରିୟ ସହଯୋଗ କରିଥିଲେ।




