ଦିତୀୟ ଦିନରେ ପହଞ୍ଚିଲା OMDC ଠିକାକର୍ମଚାରୀ ମାନଙ୍କ ଧାରଣା
କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ OMDC କର୍ମଚାରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଲା। ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଠାରେ ଥିବା OMDC କର୍ମଚାରୀଙ୍କ ପକ୍ଷରୁ ଧାରଣା କୁ ତୀବ୍ରତର କରାଯାଇଛି। ଯାହାକି ସୂଚନା ରହିଛି ଏହି OMDC ଖଣିରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବିଗତ ନଅମାସ ହେଲା ଦରମା ପାଇନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ, OMDC କମ୍ପାନୀର ବିଯିନେସ ହେଡ୍ ଙ୍କୁ କର୍ମଚାରୀ ମାନେ ବଡ଼ବିଲ ଉତ୍ସବ ପଡ଼ିଆ ନିକଟରେ ଥିବା OMDC ଡାକ ବଙ୍ଗଳା ଠାରେ ସମୂହ ଏକତ୍ରିତ ହୋଇ ଘେରିଥିଲେ ଓ ଅତିଶିଘ୍ର ସେମାନଙ୍କ ବକେୟା ଦରମା କମ୍ପାନୀ ପକ୍ଷରୁ ପ୍ରଦାନ କରାନଗଲେ ସେମାନେ ଆତ୍ମାହୁତି କରିବା ପାଇଁ ଏକ ପ୍ରକାରର ବାଧ୍ୟ ହେବେ ଓ ଏଥିପାଇଁ ସରକାର ଓ କମ୍ପାନୀ କତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଆସନ୍ତୁ ଶୁଣିବା କଣ ରହିଛି ସେମାନଙ୍କ ଅଭିଯୋଗ ଏହି OMDC କମ୍ପାନୀ ବିରୁଦ୍ଧରେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



