*ସମାଜସେବୀ ନିତ୍ୟାନନ୍ଦ ପ୍ରଧାନଙ୍କ ଦେହାନ୍ତରେ ଅତାବିରା ଅଞ୍ଚଳରେ ଶୋକର ଛାୟା

ବରଗଡ:୧୭/୭(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅମଲିପାଲି ଗ୍ରାମ ପଂଚାୟତ ସ୍ଥିତ ଗୁତିପାଲି ଗାଁର ପ୍ରଧାନ ଘର ନାମରେ ପରିଚିତ ସମାଜସେବୀ ନିତ୍ୟାନନ୍ଦ ପ୍ରଧାନଙ୍କ ଗୁରୁବାର ଦିନ ସକାଳ ୯. ୪୫ମିନିଟ ସମୟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ଆଞ୍ଚଳିକ ମହାବିଦ୍ୟାଳୟ ପାହାଡ଼ଶ୍ରୀଗୀଡ଼ା, ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସ୍ଥାପନାରେ ଶ୍ରୀ ପ୍ରଧାନଙ୍କ ମୁଖ୍ୟ ଅବଦାନ ରହିଥିଲା l ତେବେ ପ୍ରଧାନଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପି ଜିଲ୍ଲା ସଭାପତି ନିରୋଜ ବାରିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ର ମେହେର, ବିଜେପି ନେତା ରବୀନ୍ଦ୍ର କୁମାର ନାୟକ, ବୀରେନ୍ଦ୍ର ହୋତା, ଉସମାନ ଖାନ,କାର୍ତିକ ମହାରଣା, ସନ୍ତୋଷ ବିଶ୍ୱାଳ, ସଂଜୀବ ଠାକୁର, ସନ୍ତୋଷ ପଟେଲ, ସୁଧୀର ନାୟକ,ବବି ନାଗ,ଆଞ୍ଚଳିକ ମହା ବିଦ୍ୟାଳୟ ପ୍ରିନସିପାଲ ରାମକୃଷ୍ଣ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଭୋଳନାଥ ବାରିକ ତାଙ୍କ ବାସ ଭବନକୁ ଯାଇ ଅନ୍ତିମ ଦର୍ଶନ କରିଥିଲେ।ସ୍ବର୍ଗତ ପ୍ରଧାନଙ୍କ ପତ୍ନୀ ଭୂମିସୁତା ପ୍ରଧାନ,ପୁତ୍ର ରହିଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାରରେ ପୁତ୍ର ସରୋଜ କୁମାର ପ୍ରଧାନ ମୁଖାଗ୍ନି ଦେଇଥିଲେ। ତାଙ୍କର ଶବ ସତ୍କାର ଲୋକ ସମୟରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ସ୍ବର୍ଗଦ୍ଵାର ନିକଟରେ ଏକ ଗୃହ ନିର୍ମାଣ କରିବା ସହିତ ଏକ ନଳ କୂପ ଖୋଲି ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା ଅତିଶୀଘ୍ର କରିବା ପାଇଁ ବିଧାୟକ ଶ୍ରୀ ମହାନନ୍ଦ ଘୋଷଣା କରିଥିଲେ।



