ନୀସହାୟ ବୃଦ୍ଧା ମହିଲାର ନା ଅଛି ପରିଚୟ ପତ୍ର ନା ମିଳୁଛି ସରକାରୀ ସହାୟତା, ଭିକ୍ଷା ବୃତ୍ତିରେ କାଟୁଛି ଜୀବନ

ଗୋଲାମୁଣ୍ଡା/୧୯/୭/୨୫/ସତୁର ବର୍ଷିଆ ବିଧବା ବୃଦ୍ଧା ଦୈନିକ ଭିକ୍ଷା ବୃତ୍ତିରେ ଜୀବନ ବିତାଉଛନ୍ତି, ଏଭଳି ଦୁଃଖଦ ଅବସ୍ଥାରେ ଗତି କରୁଛି ସତୁରୀ ବର୍ଷିଆ ବିଧବା ବୃଦ୍ଧା ଉକିଆ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫଣ୍ଡା ଗ୍ରାମର କଲୁନି ପଡ଼ାରେ ଏକ ନିଛାଟିଆ ସ୍ଥାନରେ ବସବାସ କରନ୍ତି, ତାଙ୍କର କୌଣସି ସମ୍ପର୍କ ନ ଥିବାରୁ ପ୍ରତିଦିନ ସକାଳେ ଦୈନିକ ଭିକ୍ଷା ବୃତ୍ତି କରି ପ୍ରତିଦିନ ଦେବେନ୍ଦ୍ର ପ୍ରଧାନ ଢ଼ାବାରେ ଖାଇବା ପାଇଁ ଭାତ ଦେଲେ ଖାଏ ଓ ବହୁ କଷ୍ଟରେ ଫୁଣ୍ଡା ଗାଁକୁ ଚାଲି ଚାଳି ଜାଇ ଥାଆନ୍ତି, ଏ ନେଇ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଉକ୍ତ ସ୍ଥାନରେ ପୁହୁଞ୍ଚୀ ତର୍ଜମା କରି ଜାଣି ପାଇଲୁ ଜେ ବୃଦ୍ଧା ଉକୀଆ ର ଆଧାର ଓ ଭୋଟର କାର୍ଡ ନ ଥିବା ହେତୁ ସରକାରୀ ଭତ୍ତା ଓ ରାସନ ଚାଉଳ ସହାୟତା ପାଇ ପାରୁ ନାହିଁ ବୋଲି ନିଜେ ବୃଦ୍ଧା ଉକିୟା ଓ ଦେବେନ୍ଦ୍ର ପ୍ରଧାନ ଜନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଆସନ୍ତୁ ଶୁଣିବା ବୃଦ୍ଧା ଉକିଆ ଓ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିକ୍ରିୟା, ଏହି ସଂପର୍କରେ ଫୁଣ୍ଡା ପିଇ ଓ ପ୍ରଶାନ୍ତ କୁମାର ନାଏକ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ବୃଦ୍ଧା ଙ୍କ ପରିଚୟ ପତ୍ର କିମ୍ବା ଆଧାର କାର୍ଡ ନ ଥିବାରୁ ପଞ୍ଚାୟତ ଜରିଆରେ ସହାୟତା ଯୋଗାଇ ଦେଇ ପାରୁ ନାହିଁ ବୋଲି ଦୁଃଖ ପ୍ରକାଶ କରି ଥିଲେ, ତେଣୁ ଗୋଲାମୁଣ୍ଡା ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କପୁରଚନ ସେଠିଆ ଙ୍କ ରିପୋର୍ଟ,ଜାଗ୍ରତଭାରତ ନିୟୁଜ



