କୂଅରେ ପଡ଼ି ନାବାଳକ ମୃତ
ତାଳଚେର, ୦୮/୦୮ ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଅଂଚଳର ସୁବାଷ ଚନ୍ଦ୍ର ନାଥଙ୍କ ପୁଅ ରିଆଦ ନାଥ (୨)ବର୍ଷ ଆଜି ତାଙ୍କ କୂଅରେ ଖସିପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ୨ବର୍ଷର ଶିଶୁଟି ଘରର ପଛପାଶ୍ୱର୍ ଖେଳୁଥିବା ଅବସ୍ଥାରେ ସେ କୂଅରେ ଖସିପଡ଼ିଥିଲା । ପୁଅକୁ ଖୋଜାଖୋଜି କରିବା ପରେ ପରିବାର ଲୋକ କୂଅରେ ପଡ଼ିଥିବା ଦେଖି ତାକୁ ଉଦ୍ଧାର କରିବା ସହ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ଆଣିଥିଲେ ଓ ଡ଼ାକ୍ତର ପରୀକ୍ଷା ନିରୀକ୍ଷା କରିବାପରେ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଛୋଟପିଲାଙ୍କୁ ନଦୀ, ନାଳ, କୂଅ, ପୋଖରୀ, ଜଳାଶ୍ରୟକୁ ବାରଣ କରିବା ପରିବାର କର୍ତବ୍ୟ ରହିଥିବା ବେଳେ ସାମାନ୍ୟ ଭୂଲ ପାଇଁ ଆଜି ଏତେ ବଡ଼ ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି ସ୍ଥାନୀୟବାସୀଙ୍କ ନିକଟରୁ ଶୁଣିବାକୁ ମିଳେ । ତେଣୁ କୂଅକୁ ଖୋଲାମେଲା ନରଖି ତାକୁ ଆବଶ୍ୟକ ସ୍ଥଳେ ଲୁହାଗ୍ରୀଲ କିମ୍ବା ସୁରକ୍ଷାବାଡ଼ କରିବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି ।



