ବିନା ନମ୍ବର ପ୍ଲେଟରେ ଜାତୀୟ ରାଜପଥରେ ଚାଲିଛି ଭାରୀଯାନ ନିଘା ନାହିଁ କାହାର!
ତାଳଚେର, ୦୮/୦୮ ସରକାରଙ୍କ ବାରମ୍ବାର ତାଗିଦ୍ ଓ ଜାତୀୟ ରାଜପଥ କଡ଼ରେ ଏମଭିଆଇ ଆରଟିଓଙ୍କ ଚେକିଙ୍ଗ ସତ୍ୱେ କିପରି ଭାବେ ଭାରୀଯାନ ଗୁଡ଼ିକ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଘଂନ କରି ବିନା ନମ୍ବର ପ୍ଲେଟରେ ଯାତାୟତ କରୁଛନ୍ତି, ଏହାକୁ ନେଇ ଏବେ ବିଭିନ୍ନ ମହଲରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଘଟଣାରୁ ପ୍ରକାଶ, ତାଳଚେର ସହର ଦେଇ ଯାଇଥିବା ୧୪୯ନମ୍ବର ଜାତୀୟ ରାଜପଥରେ ପ୍ରାୟ ସମୟରେ ଦେଖିବାକୁ ମିଳୁଛି ବିନା ନମ୍ବର ପ୍ଲେଟରେ ବଡ଼ବଡ଼ ଭାରୀଯାନ । ଏହି ଜାତୀୟ ରାଜପଥଟି ସଂକିର୍ଣ୍ଣ ହୋଇଥିବାରୁ ଦୈନିକ ହଜାର ହଜାର ସଂଖ୍ୟକ ଭାରୀଯାନ ଚଳପ୍ରଚଳ କରିବା ଫଳରେ ତାଭିତରେ ଏହି ନମ୍ବର ବିହୀନ ଭାରୀଯାନ ଚଳପ୍ରଚଳ କରୁଥିବା ଆଶ୍ଚର୍ଯ୍ୟ ମନେ ହେଉଛି । ଏତିକି ନୂହେଁ, ଏହି ଭାରୀଯାନ ଗୁଡ଼ିକରେ ହେଲପେର ନରହୁଥିବାରୁ କିଛି କିଛି ସ୍ଥାନରେ ଦୁର୍ଘଟଣା ବି ଘଟୁଛି ବୋଲି କୁହାଯାଉଛି । ତେବେ ସେହିଭଳି ଗାଁ ଗହଳି ଗୁଡ଼ିକରେ ମଧ୍ୟ ନମ୍ବର ବିହୀନ ଟ୍ରାକ୍ଟର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏଥିପ୍ରତି ତାଳଚେର ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
