ଭୁବନେଶ୍ୱରୀ କୋଇଲା ଖଣିରେ ଫାଷ୍ଟ କମ ଫାଷ୍ଟ ସର୍ଭିସରେ କୋଇଲା ପରିବହନ ରେ ଅନିୟମିତତା
ତାଳଚେର, ୦୭/୦୮ ତାଳଚେରର ବିଭିନ୍ନ କୋଇଲାଖଣିରେ ଲୋକାଲ ସେଲ ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଦେଶ ପ୍ରହସ ପ୍ରହସନ ପାଲଟିଛି।ଏପରିକି ଭୁବନେଶ୍ଵରୀ କୋଇଲା ଖଣିରେ ଏହି ଅନିୟମିତତା କୁ କେତେକ ମୁଷ୍ଟିମେୟ ସେକ୍ଟରର ଟ୍ରକ ମାଲିକଙ୍କ ସହାୟତାରେ ଉଲ୍ଲଘନ ହେଉଛି। ଏହାକୁ ନେଇ ପରିବହନ ସଂସ୍ଥା ଓ ଭୁବନେଶ୍ୱରୀ ଟ୍ରକ୍ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବାସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ପରିବହନ ସଂସ୍ଥାର ମାଲିକ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ଭୁବନେଶ୍ୱରୀ ସେକ୍ଟର ରେ ଅଗଷ୍ଟ ଏକ ତାରିଖରୁ ତିନି ତାରିଖ ମଧ୍ୟରେ ୫୩୩ଟି ଟ୍ରକ ସିରିଆଲ ନମ୍ବର ହୋଇଥିବା ବେଳେ ଖଣି ମଧ୍ୟକୁ ପ୍ରବେଶ କରିଛନ୍ତି ୯୪୦ଗୋଟି କୋଇଲା ପରିବହନ ଟ୍ରକ। ଏହି ତିନି ଦିନରେ ଏମସିଏଲ ପକ୍ଷରୁ ମାତ୍ର ୧୦୨୨ ଡି,ଓ,ଇସୁ ହୋଇଛି ଏଠି ପ୍ରଶ୍ନ ଉଠେ ୫୩୩ ଟି ଟ୍ରକ ନମ୍ବର ହୋଇଥିବା ବେଳେ ୯୪୦ଟି ଟ୍ରକ କିପରି ପ୍ରବେଶ କଲା ଏଥିରୁ ଜଣାପଡୁଛି ଯେ ବାକି ୪୦୭ଟି କୋଇଲା ଟ୍ରକ ବିନା ନମ୍ବର ରେ ଉଭା ଖଣିରେ ପ୍ରବେଶ କରିଛନ୍ତି। ତେବେ ଏହି ଅନିୟମିତତାକୁ ନେଇ ପରିବହନ ସଂସ୍ଥାର ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭଯୋଗ ହୋଇଛି ଏବଂ ସଂପୃକ୍ତ ଟ୍ରକ୍ ଗୁଡ଼ିକୁ କଳା ତାଲିକାଭୁକ୍ତ କରିବାକୁ କୋଇଲାଖଣି କର୍ତ୍ତୃପକ୍ଷଙ୍କ ଠାରେ ଦାବି କରାଯାଇଛି ବୋଲି ଶୁଣିବାକୁ ମିଳୁଛି । କିଛି ଦିନ ତଳେ ଲିଙ୍ଗରାଜ କୋଇଲା ଖଣିରେ ତାଳଚେର ପୋଲିସ ଫାଷ୍ଟ କମ ଫାଷ୍ଟ ସର୍ଭ ନିୟମ କଡାକଡି ଭାବେ ପାଳନ କରାଯାଉଛି କି ନାହିଁ ତଦାରଖ କରିଥିଲେ। ସେହିପରି ଭୁବନେଶ୍ଵରୀ କୋଇଲା ଖଣିରେ ଏହି ଫାଷ୍ଟକମ ଫାଷ୍ଟ ସର୍ଭିସର ଅନିୟମିତତା ହେଉଥିବାରୁ ତାଳଚେର ପୋଲିସ ଏଥିରେ ହସ୍ତକ୍ଷେପ କରିବାକୁ ପରିବହନ ସଂସ୍ଥା ଏବଂ ଟ୍ରକ୍ ମାଲିକ ସଂଘର ମାଲିକମାନେ ଅନୁରୋଧ କରିଛନ୍ତି। ଏଥିସହ ପ୍ରାୟ ସମସ୍ତ କୋଇଲାଖଣିରେ ଫାଷ୍ଟ କମ ଫାଷ୍ଟ ସର୍ଭିସର ଅନିୟମିତତା କାର୍ଯ୍ୟ ଚାଲିଥିବାରୁ ଯେପରିକି ପ୍ରଥମେ ସେକ୍ଟର ଗୁଡିକରେ ନିଜ ଟ୍ରକ ଆଗ ଲୋଡ଼ିଂ କରୁଛନ୍ତି ପରେ ତାଳଚେର ଟ୍ରକ ଗୁଡିକୁ ମନହେଲେ ଲୋଡ଼ିଂ ଦେଉଛନ୍ତି ନଚେତ ଟାଉନିଏ କୁଆଡେ ଆସିଛ ବୋଲି ଉପେଖ୍ୟାନ କରୁଛନ୍ତି।ତେବେ ଏହି କୋଇଲା ଲୋଡ଼ିଂକୁ ନେଇ ଅନେକ ସମଯରେ ଖଣି ଗୁଡ଼ିକରେ ଆଇନଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗ ହେଇଥାଏ।ପ୍ରତେକ ସେକ୍ଟର ଗୁଡିକରେ କାହା ଇଙ୍ଗିତରେ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ ଆଦେଶକୁ ଖୀଲାପ କରାଯାଉଛି ତାହାର ବିଧୂବଦ୍ଧ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିପାରିବ ବୋଲି କୁହାଯାଉଛି।କୋଇଲା ପରିବହନରେ ଫାଷ୍ଟ କମ ଫାଷ୍ଟ ସର୍ଭିସ ସମସ୍ୟା କୁ ନେଇ ତାଳଚେର ଟ୍ରକ ମାଲିକସଂଘ ସଭାପତି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା ହେଲେ ତାଙ୍କ ମୋବାଇଲ ସୁଇଜ ଅଫ ଥିଲା।



