520ନମ୍ବର୍ ଜାତୀୟ ରାଜପଥ ରେ ମର୍ମଦୂନ୍ତ ସଡ଼କଦୁର୍ଘଟଣା ଜଣେ ମୃତ ଦୁଇ ଆହାତ
ଆକଂର…କେନ୍ଦୁଝର ଜିଲ୍ଲା ପାଇଁ ଅଭିଶପ୍ତ ପାଲଟି ଥିବା ଜାତୀୟ ରାଜପଥରେ ପୁଣିଗଡ଼ିଲା ମୁଣ୍ଡ। ଚମ୍ପୁଆ ଥାନା ଅନ୍ତର୍ଗତ 520ନମ୍ବର୍ ଜାତୀୟ ରାଜପଥ ରେ ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ଆହତ ଜଣେ ମୃତ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥ ପର୍ଶଳା ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଆଜି ପ୍ରାୟ ଏକ ଘଟିକା ସମୟରେ ରିମୁଳି ପଟୁ ଯାଉଥିବା ଏକ ବାଇକକୁ ପର୍ଶଳା ଛକ ନିକଟରେ ଅଜଣା ଟ୍ରକ ଧକ୍କା ଦେବାରୁ ବାଇକରେ ଯାଉଥିବା ତିନିଜଣ ଗୁରୁତର ଆହତ ହେଇଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯେlଗେ ଚମ୍ପୁଆ ଡାକ୍ତର ଖାନା ପଠାଇ ଥିଲେ । ଡାକ୍ତର ଖାନାରେ ଚିକିସ୍ଚିତ ଅବସ୍ଥାରେ ଜଣକ ମୣତ୍ୟୁ ଘଟିଥିବା ନେଇ ସୂଚନା। ମୃତକ ଜଣକ ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମରା ଗ୍ରାମର ଗଣେଶ ପ୍ରସାଦ l ଆହତ ଦୁଇ ଜଣ ଉକ୍ତ ଗ୍ରାମର ସୋମନାଥ ସର୍ଦ୍ଦାର ଓ ପର୍ଶଳା ଗ୍ରାମର ସତ୍ୟାନନ ଗିରି l ସେମାନଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ଗୁରୁତର ଅବସ୍ଥା ରେ ସତ୍ୟାନନ୍ଦକୁ କେନ୍ଦୁଝର ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



