ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଟି କୋଟି ଟଙ୍କା ହେରଫେର
ଅନୁଗୋଳ – ୧୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଔଷଧ ଦୁର୍ନୀତି ପ୍ରସଙ୍ଗ ନେଇ ଗତ ୪ ବର୍ଷ ହେଲା ଚର୍ଚ୍ଚାରେ ରହି ଆସିଥିବା ଅନୁଗୋଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଆଉ ଏକ ବଡ଼ ଧରଣର ଅର୍ଥିକ ଅନିୟମିତତା ପଦାକୁ ଆସିଛି। ଖୋଦ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଅଫିସ୍ ଏହି ଅନିୟମିତତା ଧରିଛନ୍ତି। ଗୁରୁବାର ଠାରୁ ଏକ ୪ ଜଣିଆ ଟିମ୍ ଅନୁଗୋଳ ସିଡିଏମ୍ଓ ଓ ଏଜିଏମ୍ଓ ଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରୁଛନ୍ତି । କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଗତ ୬ ବର୍ଷ ହେଲା କୋଟି କୋଟି ଟଙ୍କା ସରକାରୀ ବିଲ୍ରୁ ଉଠାଇ ଆତ୍ମସାତ୍ କରିଛନ୍ତି । ଏ ଘଟଣା ପଦାକୁ ଆସିବା ପରେ କର୍ମଚାରୀ, ବିଶେଷତଃ କିରାଣି ଓ ଅଧିକାରୀ ମହଲରେ ହଡ଼କମ୍ପ ସୃଷ୍ଟି ହୋଇଛି। ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ୍, ତଥା ଏଡିଏମ୍ ଓଙ୍କ କାର୍ଯ୍ୟାଳୟରେ ବ୍ୟାପକ ତନାଘନା ଚଳାଇଛନ୍ତି। ମୁଖ୍ୟତଃ କର୍ମଚାରୀଙ୍କ ମାସିକ ଦରମା ନେଇ ସାଲାରି ସ୍ଲିପ ସଂଗ୍ରହ, ଅନୁଧ୍ୟାନ ଚଳାଇଛନ୍ତି। ଏହି ୪ ଜଣିଆ ଟିମ୍ରେ ଆକାଉଣ୍ଟଣ୍ଟ୍ ଜେନେରାଲ୍ ଅଫିସ୍ର ୩ ଜଣ ଓ ରାଜ୍ୟ ଅର୍ଥ ବିଭାଗର ଜଣେ ଅଧିକାରୀ ସାମିଲ୍ ଅଛନ୍ତି। ଦୁଇ ଦିନ ଧରି କେବଳ କର୍ମଚାରୀଙ୍କ ସାଲାରି ଶ୍ଳିପ ସାଲାରି ଷ୍ଟେଟ୍ମେଣ୍ଟ୍ ଯାଞ୍ଚ କରୁଥିବାରୁ କର୍ମଚାରୀଙ୍କ ଦରମା ଉଠାଣରେ ବଡ଼ଧରଣର ଘୋଗଲା ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-24-scaled.jpg)

