ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ ଊଦଘାଟନ

ଅନୁଗୋଳ,ତା. ୨୪.୧୦:- ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ଅନୁଗୋଳ ଠାରେ ସାଇବର ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ଊଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସାଇବର ସୁରକ୍ଷା ବିଷୟରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ପରେ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ଓ ଏହା ସହ ଶ୍ରୀ ଅମରେଶ ମିଶ୍ରଙ୍କ ଦ୍ବାରା ଦେଶ ଭକ୍ତିମୟ ଉପସ୍ଥାପନ ହୋଇଥିଲା । କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓ ବରିଷ୍ଠ ପ୍ରଶାସକମାନଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମରେ ଉତ୍ତର କେନ୍ଦ୍ରାଚଳ ଆଇ ଜି ଶ୍ରୀ ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଆର ସି ସି ଏଫ୍ ଡା. ସଞ୍ଚୟ କୁମାର ସ୍ବାଇଁ ଯୋଗ ଦେଇ ସାଇବର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଊପଲକ୍ଷେ ସାଇବର ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ନ୍ୟୁ କ୍ରିଏସନ ଏକାଡେମୀ ଦ୍ବାରା ନୃତ୍ୟ ପ୍ରଦର୍ଶନ ଓ ପାଲା ଗାୟକ ଦଳ ଦ୍ବାରା ସାଇବର ସୁରକ୍ଷା ବାର୍ତ୍ତା ପରିବେଷଣ କରାଯାଇଥିଲା । ସାଇବର ସୁରକ୍ଷା ବିଷୟରେ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ସାଇବର ସଚେତନତାକୁ କଳା ଓ ସଂସ୍କୃତି ମାଧ୍ୟମରେ ପ୍ରଚାର କରିଥିବା ନୃତ୍ୟ ଦଳ ଓ ପାଲା ଗାୟକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଚାରଟି ସାଇବର ସଚେତନତା ରଥ ଊଦଘାଟିତ ହୋଇଥିଲା । ଏହି ରଥ ଜିଲ୍ଲାର ସମସ୍ତ ୮ ଟି ବ୍ଳକ୍ ଓ ୪ଟି ଊପଖଣ୍ଡ ବୁଲି ସଚେତନତା ବାର୍ତ୍ତା ପହଞ୍ଚାଇବ । ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ , ଜେ ଆଇ ଟି ପି ଏଲ, ଜେ ଏସ୍ ପି ଏଲ, ଏମ୍ ସିଏଲ୍, ନାଲକୋ, ଏନ୍ ଟି ପି ସି, ଏନ୍ ଟି ପି ସି/ଟି ଟି ପିଏସର ପ୍ରତିନିଧି, ସି ଆଇ ଏସ୍ ଏଫ୍ ଅଧିକାରୀ, ବ୍ୟାଙ୍କର ପ୍ରତିନିଧି, ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

