*ଜଣାଶୁଣା ବରିଷ୍ଠ ପୂଜକଙ୍କ ଦେହାନ୍ତ*
ହିନ୍ଦୋଳ -ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ର ଜଣାଶୁଣା ପୂଜକ ପ୍ରମୋଦ ମିଶ୍ର ଙ୍କ ଆଜି ୭୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଖବରରୁ ପ୍ରକାଶ ଦୁଦୁରକୁଟ ବାସି ହିନ୍ଦୋଳରେ କାଠି ନାନା ଭାବରେ ପରିଚିତ ପ୍ରମୋଦ ମିଶ୍ର(୭୫) ଦୀର୍ଘ ୬୦ବର୍ଷରୁ ଉର୍ଦ୍ଧ ସମୟ ଧରି ହିନ୍ଦୋଳରେ ସ୍ଥାୟୀ ଭାବରେ ବସବାସ କରିବାସହ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ ୮ସ୍ଥିତ ପ୍ରସିଦ୍ଧ ରାଧାମୋହନ ମନ୍ଦିରରେ ପୂଜକ ନିଯୁକ୍ତି ରହିବାସହ ସହରରେ ଧର୍ମୀୟ କାର୍ଯ୍ୟ ପୂଜା ଇତ୍ୟାଦି କରୁଥିଲେ ଏବଂ ୱାର୍ଡ ନଂ ୮ରେ ବସବାସ କରିବାସହ ସ୍ଥାନୀୟ ବାସୀଙ୍କ ସହ ସ୍ଥାୟୀ ସଦସ୍ୟ ହୋଇ ରହିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବାସହ ଆଜି ଦିବା ୨ଘଣ୍ଟା ସମୟରେ ପରଲୋକ ଗମନ କରିଥିଲେ।ତାଙ୍କ ପରୋଲୋକ ଖବର ପାଇ ୱାର୍ଡ ନଂ ୮ କାଉନସିଲର ରୁଦ୍ରନାରାୟଣ ପ୍ରସାଦ ଦାସ, ପୂର୍ବତନ କାଉନସିଲର ବରିଷ୍ଠ ବିଜେଡ଼ି ନେତା ପ୍ରଦ୍ୟୁମ୍ନ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହେମନ୍ତ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ମିଶ୍ର ଜଣେ ପରୋପକାରୀ, ଧାର୍ମିକ କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



