ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM) ଦ୍ୱାରା ଆୟୋଜିତ୍ ରକ୍ତଦାନ ଶିବିର ରେ ୭୧ ୟୁନିଟ୍ ରକ୍ତ ସଂଗ୍ରହ

ବରଗଡ:୨୫/୧୦(ପବିତ୍ର ମେହେର)ଶନିବାର ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଳକ୍ କତାବଗା ଗ୍ରାମ ରେ ବିଶିଷ୍ଟ ସମାଜସେବୀ ଯତୀନ ନାୟକ ଙ୍କ ବାପା ସ୍ବର୍ଗତ ସନାତନ ନାୟକ ଙ୍କର ଗଙ୍ଗାଶ୍ରାଦ୍ଧ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା । ଉକ୍ତ ରକ୍ତଦାନ ଶିବିର କୁ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM) ଏବଂ କତାବଗା ଗ୍ରାମବାସୀ ଆୟୋଜନ କରିଥିଲେ । ବର୍ତ୍ତମାନ ବୁର୍ଲା ରକ୍ତଭଣ୍ଡାର ରେ ରକ୍ତଶୂନ୍ୟ ଦେଖାଦେଇଛି । ଏପରି ଏକ ଭୀଷଣ ପରିସ୍ଥିତି ରେ ସ୍ବେଚ୍ଛାକୃତ ଭାବେ ୭୧ ଜଣ ରକ୍ତଦାତା(୨ ଜଣ ମହିଳା ଓ ୬୯ ଜଣ ପୁରୁଷ) ବୁର୍ଲା ରକ୍ତଭଣ୍ଡାର କୁ ରକ୍ତଦାନ କରିଥିଲେ । ଆତ୍ମା ର ସଦଗତି କାମନା କରି ଶିବିର କୁ ସ୍ବର୍ଗତ ସନାତନ ନାୟକ ଙ୍କର ଭାଇ କିଶୋର ନାୟକ, ନରେନ୍ଦ୍ର ନାୟକ ଏବଂ ବିରେନ୍ଦ୍ର ନାୟକ ଉଦଘାଟନ କରିଥିଲେ । WOYM ସଭାପତି ଅଜିତ୍ କୁମାର୍ ପତି, ସମ୍ପାଦକ ସୁମନ୍ତ ଶତପଥୀ, ସ୍ୱରୂପ ମିଶ୍ର, ଶ୍ରୀକାନ୍ତ ପଧାନ, ଆଲୋକ ପଧାନ, ଅନୁରାଗ ସେଠ୍, ଶ୍ରୀକାନ୍ତ ସାହୁ, ରମଣୀ ମେହେର ସହିତ “ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍”(WOYM) ର ଅନେକ ସଦସ୍ୟ ରକ୍ତଦାନ ଶିବିର କୁ ପରିଚାଳନା କରିଥିଲେ l ସର୍ବଶେଷ ରେ WOYM ର ମାର୍ଗଦର୍ଶକ ଶ୍ରୀଯୁକ୍ତ ସରୋଜ ମହାପାତ୍ର ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

