ଲୌହମାନବଙ୍କ ସହେପଚାଶ ତମ ଜନ୍ମଜୟନ୍ତୀ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ
ଆଜି ସାରା ଦେଶରେ ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ସହେ ପଚାଶ ତମ ଜନ୍ମ ଜୟନ୍ତୀ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବଡ଼ବିଲ ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟ କିରୀବୁରୁ ଛକଠାରୁ ପ୍ଲାକକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସମଗ୍ର ବଡ଼ବିଲ ସହର ପରିକ୍ରମା କରିବା ସହ ବଡ଼ବିଲ ବିକାସମହଲ ଠାରେ ପହଞ୍ଚିଥିଲା, ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଇଁ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଆୟୋଜିତ ବକୃତା ପ୍ରତିଯୋଗୀତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରଯାଇଥିଲା। ବଡ଼ବିଲ ପୋଲିସ୍ ପକ୍ଷରୁ ଜନ୍ମେଜୟ ବ୍ରହ୍ମ ଦେଶକୁ ସମ୍ବୋଧନ କରି ଏକ ସୁନ୍ଦର ଗୀତଗାନ କରିଥିଲେ।। ଏହି କାର୍ଯ୍ୟକ୍ରମରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶତାଧିକ ସଂଖ୍ୟାରେ ବଡ଼ବିଲ ବାସି ଯୋଗଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ସେଚ୍ଛାସେବି ସଂଗଠନ, ବୁଦ୍ଧିଜୀବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଁଗୁଆ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କରାଯାଇଥିବା ବେଳେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ାକ୍ତର ଷୌଭାଗ୍ୟ ରଶ୍ମି ରଞ୍ଜନ ସାମଲ, ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାଏକ, ବରଦା ପ୍ରସନ୍ନ ସାହୁ, ଅମିତ୍ ମହାରଣା, ଜନ୍ମେଜୟ ବ୍ରହ୍ମ, ସୁଶ୍ରୀ ପ୍ରିୟଦର୍ଶିନୀ ଓ ସମସ୍ତ ପୋଲିସ୍ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



