
*ଇକୋ କ୍ଲବ୍ ପକ୍ଷରୁ ଗୋପାଳପୁର ଆଶ୍ରମ ସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ସଚେତନତା ଉଦ୍ୟମ*

ବରଗଡ଼:: (ପବିତ୍ର ମେହେର)::ପ୍ଲାଷ୍ଟିକ ପ୍ରଦୂଷଣର ଭୟାବହତାକୁ ଆଖି ଆଗରେ ରଖି ଏହାକୁ ରୋକିବା ନିମନ୍ତେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଆଭିମୁଖ୍ୟ ନେଇ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ସ୍କୁଲ ପରିସରରେ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ଇକୋ କ୍ଲବ୍ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ ମାଷ୍ଟର ଟ୍ରେନର ତଥା ପରିବେଶବିତ ସଞ୍ଜୟ ଖମାରୀ ଯୋଗ ଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବର୍ଜନ କରି ପ୍ଲାଷ୍ଟିକ ନିର୍ମିତ ସାମଗ୍ରୀର ବିକଳ୍ପକୁ ବ୍ୟବହାର କରିବା ସକାଶେ ସମସ୍ତଙ୍କୁ ଆହ୍ବାନ କରିଥିଲେ।ମୁଖ୍ୟ ବକ୍ତା ଭଟଲି ବନପାଳ ରାଜେନ୍ଦ୍ର ସିଂ ପ୍ଲାଷ୍ଟିକ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ,ସଦସ୍ୟ ଅଶୋକ ସାହୁ ଯୋଗ ଦେଇଥିବା ବେଳେ ଇକୋ କ୍ଲବ୍ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା।ଶେଷରେ ଇକୋ କ୍ଲବ୍ ଶିକ୍ଷକ ଉଚ୍ଛବ ଭୁଏ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।.




