ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି । ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ରଖିଛନ୍ତି।ସେପଟେ ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡି ହୋଇଥିବା ହିତାଧିକାରୀଙ୍କୁ ଏକାଥରକେ ଦୁଇଟି କିସ୍ତି ମିଳିବ। ଏ ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ପୋର୍ଟାଲ ଖୋଲିଛି, ୨୧ ବର୍ଷୀୟ ହିତାଧିକାରୀ ଯୋଡି ହେଉଛନ୍ତି। ଦୁଇଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ଵରାନ୍ବିତ କରିବୁ।



