ବନ୍ଦା ଗାଆଁ ଠାରେ ୪୩ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବୋରଗୁଡ଼ା ପଞ୍ଚାୟତ ଅଧୀନ ବନ୍ଦା ଗାଆଁ ଠାରେ ୪୩ ତମ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କଳସ ଯାତ୍ରା ଗାଆଁ ର ତେଲ ନଦୀ ଠାରୁ ରୀତି ନୀତି ହିସାବରେ ପୂଜା ପାଠ କରି ତେଲ ନଦୀରୁ କଳସ ରେ ପାଣି ଭରି ପୂଜା ମଣ୍ଡପ ଯାଏ ବହୁତ୍ ଧୁମ୍ ଧାମରେ କଳାହାଣ୍ଡି ର ବିର ବାଦ୍ୟ ଘୁମୁରା ବଜାଇ ବହୁତ୍ ଉସ୍ୱାହିତ ରେ ଗାଆଁ ର ପ୍ରାୟ ୨୦୦ ରୁ ଉର୍ଦ୍ଧ ମହିଳା ଓ ଝିଅ ମାନେ କଳସ ଯାତ୍ରା ରେ ସାମିଲ ହୋଇଥିଲେ ।ଉକ୍ତ ଲକ୍ଷ୍ମୀ ପୂଜାରେ ମଧୁସୂଦନ ବଗର୍ତ୍ତି ଓ ତାଙ୍କ ଧର୍ମ ପତ୍ନୀ ଏକନ୍ତି ବଗର୍ତ୍ତି କର୍ତ୍ତା ଥିଲେ । ପୂଜକ ହରିଶଙ୍କର ପଣ୍ଡା। ଲକ୍ଷ୍ମୀ ପୂଜା କମିଟି ର ସଭାପତି ମଦନ ସୁନାନି ,ଅଜିତ ସାହୁ ଉପ ସଭାପତି ,ସମ୍ପାଦକ ସୁବାସ ଚଲାନ, କୋଶାଧ୍ୟକ ସୁବାସ ଭୋଇ, ଅନାଦି ବଗର୍ତ୍ତି, ପରମାନନ୍ଦ ଭୋଇ,କୃଷ୍ଣ ଚନ୍ଦ୍ର ବାରିକ,ସତ୍ୟ ନାରାୟଣ ବଗର୍ତ୍ତି,କେଶରୀ ସାହୁ,ବାସୁଦେବ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ ।ଏହି ମହାଲକ୍ଷ୍ମୀ ପୂଜା ୭ ଦିନ ହେବ ଓ ଦିନରେ ପୁରାଣ ପାଠ ଶୁଣିବୁ ଓ ରାତିରେ ମନୋରଞ୍ଜନ କାର୍ଯ୍ୟ କ୍ରମ ମଧ୍ୟ ରହିଛି ବୋଲି ପୂଜକ ଓ କର୍ତ୍ତା ମତ ପ୍ରକାଶ କରିଛନ୍ତି ।ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କାପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




