କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ…

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ପଂଚାୟତଧୋବଲିପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଠାରେ ଦ୍ଵିତୀୟ ବାର୍ଷିକ କ୍ରୀଡା ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି !ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିଲି ସିଂହ ଙ୍କ ତତ୍ତ୍ୱାବଧାନରେ ଓ ବିଦ୍ୟାଳୟ ପରିଚାଳନା କମିଟି ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ହାତୀ ଙ୍କ ସଭାପତିତ୍ବ ରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ଦୁଇ ଦିନ ଧରି କ୍ରୀଡ଼ା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ କୃତୀ ଛାତ୍ର ଛାତ୍ରୀ ମାନ ଙ୍କୁ ପୁରସ୍କୃତ କରାଯାଇଥିଲା l ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୁଣ୍ଡିଚା ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ସରୋଜ କୁମାର ହାତୀ,ଶ୍ରୀମତୀ ପଙ୍କଜିନି ସାହୁ ,ଶ୍ରୀଯୁକ୍ତ ଧ୍ରୁବ ଚରଣ ସାହୁ ସହ ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟସଦସ୍ୟା ଯୋଗଦାନ କରିଥିଲେ,ସେହିପରି ଉତଯlପନି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଅବସପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅନନ୍ତ ଚରଣ ସାହୁ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ,ମହାବିରୋଡ କ୍ଲଷ୍ଟର୍ ସି ଆର୍ ସି ସି ଶ୍ରୀଯୁକ୍ତ ପଦ୍ମଲlଭ ସାହୁ ସହ ବହୁ ଅଭିଭାବକ ଯୋଗଦାନ କରି କାର୍ଯ୍ୟକ୍ରମ ସlଫଲ୍ୟ ମଣ୍ଡିତ କରିଥିଲେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ରାଉଳ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ



