
ଗୋଲାମୁଣ୍ଡା /୧୫/୧୨/୨୫/ଗତ ତା ୧୯/୧୨/୨୦୨୧ରେ କଳାହାଣ୍ଡିର ଅମଲା ଭବନ ଠାରେ ଶକ୍ତି ଟିଭିର ରାଜ୍ୟ ସ୍ତରୀୟ ପ୍ରଥମ ସ୍ୱ ନକ୍ଷତ୍ର କାର୍ଯ୍ୟ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ବେଳେ ପୁଣି ଚଳିତ ବର୍ଷ ୧୬/୧୨/୨୦୨୫ ରବିବାର ଦିନ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶକ୍ତି ଟିଭି ପକ୍ଷରୁ ରାଜ୍ୟ ସ୍ତରୀୟ ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ପାଳିତ ହୋଇ ଥିଲା, ଏହି ଅବସରରେ ପ୍ରଥମ ପ୍ରଯ୍ୟାୟରେ ଶକ୍ତି ଟିଭି ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଡ, କୃଷ୍ଠ ଚନ୍ଦ୍ର ସେଠୀ ଙ୍କ ସଭାପତିତ୍ୱରେ ଆୟୋଜନ ହୋଇଥିଲା ବେଳେ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର , ସମ୍ମାନିତ ଅତିଥି ଭାବେ ଭାରତୀୟ ହୁମାନ ରାଇଟ କମିଶନ ରାଜ୍ୟ ସଭାପତି ପ୍ରସନ୍ନ କୁମାର ଗୁରୁ, ପୂର୍ବ ଓଡ଼ିଶା ବ୍ୟୁରୋ ଚିପ ପ୍ରଦୀପ କୁମାର ଦାସ, ପଶ୍ଚିମ ଓଡିଶା ବିଓରୁ ଚୁପ୍ ରାମ କୁମାର ସେନାପତି, ମୂଖ୍ୟ ବକ୍ତା ଉମେଶ ଚନ୍ଦ୍ର ଶତପଥୀ, ମଞ୍ଚାସିଁ ଥିବା ବେଳେ ମଞ୍ଚ ପରିଚାଳନା କରି ଥିଲେ ବିରଞ୍ଚି ନାରାୟଣ ମୁଣ୍ଡ୍, ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତରିୟ ପ୍ରଦାନ ପରେ ସମସ୍ତ ଅତିଥି ବୃନ୍ଦ ଭବାନୀ ପାଟଣା ଇଷ୍ଟ ଦେବୀ ମାଆ ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ରରେ ମୂଖ୍ୟ ଅତିଥି ଙ୍କ ହସ୍ତରେ ଦୀପ ପୁଷ୍ପ ଧୂପ ପ୍ରଦାନ କରିଥିଲେ ଓ ପୁର୍ବତନ ଜିଲ୍ଲା ପ୍ରତିନିଧି ସ୍ୱର୍ଗତ କ୍ଷୀରୋଦ କୁମାର ମଙ୍ଗରାଜ ଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଦୀପ ପ୍ରଦାନ କରା ଯାଇ ତାଙ୍କର ସହ ଧର୍ମୀଣୀ ଙ୍କୁ ପୁଷ୍ପ ଗୁଛ ଓ ଉତରିୟ ରେ ସମ୍ମାନିତ କରି ଥିବା ବେଳେ ପଶ୍ଚିମ ଓଡ଼ିଶା ବିୟୁରୀ ଚିପ ରାମ କୁମାର ସେନାପତି ସ୍ତ୍ରୀ ମାଧୁରୀ ସେନାପତି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା,ଏହା ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଥିବା ବେଳେ ମୂଖ୍ୟ ଅତିଥି ମାନ୍ୟବର ଶ୍ରୀଯୁକ୍ତ ହିମାଂଶୁ ଶେଖର ମେହେର ସାମ୍ୱାଦିକ ବନ୍ଧୁ ମାନେ ନିଷ୍ଠା ଓ ନିରପେକ୍ଷ ତଥା ସାହସିକତା ଭାବେ ଅଞ୍ଚଳ ରେ ଥିବା ଅନେକ ପ୍ରକାର ସମସ୍ୟା କୁ ସଂଗ୍ରହ କରି ସମ୍ବାଦ ପରିବେଷଣ କରିବା ଉଚିତ ବୋଲି ଅନୁରୋଧ କରିଥିଲେ, ଏହା ପରେ ଶକ୍ତି ଟିଭି ମୂଖ୍ୟ ସମ୍ପାଦକ ଡ, କୃଷ୍ଟ ଚନ୍ଦ୍ର ସେଠୀ ଙ୍କ ଅଭି ଭାଷଣ ପରେ ମଧ୍ୟାହ୍ନ ଭୋଜନ ହୋଇ ଥିଲା, ଏହା ପରେ ଦିତୀୟ ଅଧିବେଶନର ମୂଖ୍ୟ ଅତିଥି ଭବାନୀ ପାଟଣା ସଦର ବିଧାୟକ ମାନ୍ୟବର ଶ୍ରୀ ଯୁକ୍ତ ଅନାମ ନାଏକ, ମୂଖ୍ୟ ବକ୍ତା ଶ୍ରୀ ଯୁକ୍ତ ଜିଲ୍ଲା ତାଲିମ ସଂଯୋଜକ ଡାକ୍ତର କେଦାର ନାଥ ଖମାରୀ, ଅଧ୍ୟାପକ ହିମାଂଶୁ ଶେଖର ମୁଣ୍ଡ,ପ୍ରଶ୍ନ କୁମାର ଗୁରୁ, ଆୟୁର୍ବେଦିକ ଚିକିତ୍ସକ ପବିତ୍ର ଶବର, ବୈଦ ରାଜ ତଥା ସମାଜ ସେବୀ ଧର୍ମୁ ନାଏକ, ପ୍ରଦୀପ କୁମାର ଦାସ , ରାମ କୁମାର ସେନାପତି ପ୍ରମୁଖ ଙ୍କ ଉପସ୍ଥିତିରେ ପ୍ରଥମେ ବିଧାୟକ ଅନାମ ନାଏକ କଳାହାଣ୍ଡି ଜିଲ୍ଲାରେ ଶକ୍ତି ଟିଭିର ବେଶ ଗୁରୁତ୍ଵପୂର୍ଣ୍ଣ ଅଟେ ବୋଲି ଅଭିଭାଷଣ ପ୍ରଦାନ କରି ଥିବା ବେଳେ ମୂଖ୍ୟ ବକ୍ତା ଭାବେ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କେଦାର ନାଥ ଖମାରୀ ଶକ୍ତି ଟିଭିର କର୍ମ କର୍ତ୍ତା ବନ୍ଦୁ ଙ୍କ ନିରପେକ୍ଷ ସମ୍ବାଦ ପରିବେଷଣ ହେଉ ଥିବା ନେଇ ଧନ୍ୟ ବାଦ ଜଣାଇ ଥିଲେ, ପାରଦର୍ଶିତା ଅର୍ଜନ କରି ଥିବା ବହୁ ବ୍ୟକ୍ତି ମାନଙ୍କୁ ପୁଷ୍ପ ଗୁଚ୍ଛ ମାନ ପତ୍ର ଅତିଥି ମାନଙ୍କ ମୁକ୍ତ ହସ୍ତରେ ପ୍ରଦାନ୍ କରି ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର କର୍ମ କର୍ତ୍ତା ସରୋଜ କୁମାର ମୁଣ୍ଡ, ସନ୍ତୋଷ କୁମାର ମାଝୀ, ପୀତାମ୍ବର ବେହେରା, କପୁର ଚନ ସେଠିଆ ପ୍ରଭାକର ବଗର୍ତ୍ତୀ, ଭୂଜ ରାଜ ମଙ୍ଗରାଜ, ହିମାଂଶୁ ଭୋଇ ଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ସହ ମାନପତ୍ର ପ୍ରଦାନ କରିଥିଲେ, ଏହି ପରିପ୍ରେକ୍ଷୀରେ ସାଂସ୍କୃତିକ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭିର କବିରାଜ ଦୂର୍ଗା, ଅଙ୍ଗଦ ନାଏକ, ଟଙ୍କଧର ବିହାରୀ, କୁଞ୍ଜ ବନ ଛତିଆ, ଜନ୍ମ୍ ଜୟ ନାଏକ, ଦୀପକ ଭତ୍ରିଆ, ଜିତେନ୍ଦ୍ର ମେହେର, ଲିଙ୍ଗ ରାଜ ମିଶ୍ର, ଗୁଣ ନିଧି ବାଗ, କର୍ମ କର୍ତ୍ତା ଙ୍କ ପୂର୍ଣ୍ଣ ସହଯୋଗରେ ସମ୍ପନ୍ନ ହୋଇ ଥିଲା,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତଭାରତ ନିୟୁଜ




