Big breking, ମାର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ମୃତ,

କେନ୍ଦୁଝର – ବର୍ତ୍ତମାନର ବଡ଼ ଖବର ଏବଂ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ମାର୍ମନ୍ଦୂନ୍ତ ସଡ଼କ ଦୁର୍ଘଟଣାରେ ଦୁଇ ମୃତ। ଯାହାକି ସୂଚନା ରହିଛି ବଡ଼ବିଲ ପୌରାଞ୍ଚଳ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଦୁର୍ଗାପୂଜା ମଣ୍ଡପ ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି।

ଏହି ଦୁର୍ଘଟଣା ଏତେ ଜୋରଦାର ଥିଲା କି ଦୁଇଜଣ ମୋଟର ସାଇକେଲ ଆରୋହୀ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ବିଡମ୍ବନା ର ବିଷୟ ଏହିକି ସରକାରଙ୍କ ନିୟମ ଅନୁଯାୟୀ କୌଣସି ପ୍ରକାର ର ଗାଡ଼ି ବିନା ପଞ୍ଜୀକରଣ ଓ ବିନା ନମ୍ବର୍ ପ୍ଲେଟ ରେ ଲୋକଙ୍କୁ ଦିଆଯିବା କଥା ନୁହେଁ କିନ୍ତୁ ଦୁର୍ଘଟଣା ଘଟାଇଥିବା ମୋଟର ସାଇକେଲ ଏକ ନୂତନ ମୋଟର ସାଇକେଲ ହୋଇଥିବା ବେଳେ ଏହାର ପଞ୍ଜୀକରଣ ହୋଇ ନଥିବା ନେଇ ସୂଚନା। କଣ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଞ୍ଚଳିକ ପ୍ରଶାସନ। ତେବେ ମୃତ୍ୟୁ ବରଣ କରିଥିବା ଦୁଇ ଯୁବକ ବଡ଼ବିଲ ପୌରାଞ୍ଚଳ ସ୍ଥିତ ପଞ୍ଚବଟୀ ଷ୍ଟିଲ କମ୍ପାନୀ ରେ ଶୁଭଜ୍ୟୋତି ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ନେଇ ସୂଚନା, ମୃତ ଯୁବକ ଜଣେ ଚମ୍ପୁଆ ଥାନା ଅନ୍ତର୍ଗତ ର ଜଗଦୀଶ ବାରିକ୍ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଧର୍ମେନ୍ଦ୍ର ନାୟକ ବୋଲି ସୂଚନା, ମୃତ ଦୁଇ ଯୁବକ ବଡ଼ବିଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପଞ୍ଚବଟୀ ଷ୍ଟିଲ କମ୍ପାନୀ ରେ ସୁଭାଯ୍ୟୋତି ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ନେଇ ସୂଚନା,

କିନ୍ତୁ ଏଇଠି ବଡ଼ ପ୍ରଶ୍ନ ଆସେ କିପରି ଏହି ଦୁଇ ଯୁବକ ଏକ ବିନା ପଞ୍ଜୀକରଣ ମୋଟର ସାଇକେଲ କୁ ନେଇ ଯାଉଥିଲେ, କଣ ବର୍ତ୍ତମାନ ଆଞ୍ଚଳିକ ପ୍ରଶାସନ ତାଙ୍କ ପରିବାରକୁ ଇନ୍ସୁରାଂଶ ବାବଦ ଟଙ୍କା ବିନା ପଞ୍ଜୀକରଣ ରେ ମୋଟର ସାଇକେଲ ଯୋଗାଇଥିବା ସଂସ୍ଥାରୁ ଦିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଉକ୍ତ ଗାଡ଼ି ବିକ୍ରି କରିଥିବା ସଂସ୍ଥା ବିରୋଧରେ ଆଞ୍ଚଳିକ ପ୍ରଶାସନ କି ପ୍ରକାର ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଓ ମୃତକ ପରିବାରକୁ କି ପ୍ରକାର ର ନ୍ୟାୟ ପ୍ରଦାନ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା। ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ଓ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଖବର ପାଇ ବଡ଼ବିଲ ପୋଲିସ୍ ପ୍ରଶାସନ ଓ ଖୋଦ୍ ଥାନା ଅଧିକାରୀ ଅଶୋକ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ମୃତକଙ୍କ ଶବକୁ ଜବତ କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ କୁ ସ୍ବାଭାବିକ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

