ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଖଣ୍ଡଗିରିର ବାର୍ଷିକ ଉତ୍ସବ ୨୦୨୫

ଭୁବନେଶ୍ୱର ତା ୧୭-୧୨-୨୦୨୫ ରିଖ ଖଣ୍ଡଗିରିରେ ଥିବା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ ଶ୍ରୀ ଜନ ଉତ୍ସବ ୨୦୨୫। ପ୍ରତି ବର୍ଷ ଭଳି ଏହି ବର୍ଷର ଦୁଇଦିନ ଧରି ବିଦ୍ୟାଳୟର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଶିକ୍ଷା ସହ ସଂସ୍କୃତିର ସୁନ୍ଦର ସମନ୍ୱୟ ଦର୍ଶାଇବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନଂକୁ ବିଶେଷ ଭାବେ ଆକର୍ଷିତ କରିଥିଲା, ପ୍ରଥମ ଦିନରେ ଅତିଥି ଭାବେ ଶ୍ରୀମତୀ ପରିମିତା ଶତପଥୀ ପୂର୍ବତନ ପ୍ରଧାନ ମୂଖ୍ୟ କମିଶନର, ଆୟକର ବିଭାଗ ଓଡିଶା ଉପସ୍ଥିତ ରହିଥିଲେ। ଶେଷ ତଥା ଦ୍ୱିତୀୟ ଦିନରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ନ୍ୟାୟ ମୂର୍ତ୍ତି ଶ୍ରୀ ବି.ପି ଶତପଥୀ,ଓଡିଶା ଉଚ୍ଚନ୍ୟାୟାଳୟର ସମ୍ମାନୀୟ ନୟାଧିଶ ଉପସ୍ଥିତ ରହିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ରାଜ କମଲ ଚୌହାନ ସମ୍ପାଦକ ଶ୍ରୀ ବିବେକ ଭୂୟାର,ପରିଚାଳନା ସମିତିର ସଭ୍ୟ ଶ୍ରୀମତୀ ଅନୁରାଧା ଭୂୟାର ଯୋଗଦେଇ ଛାତ୍ରଛାତ୍ରୀ ମାନଂକୁ ଉସ୍ଛହିତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସଂଜିତା ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ, ଶିଶୁ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରୀ ଜନ ଉଛବକୁ ଦର୍ଶକମାନେ ମନଭରି ଉପଭୋଗ କରିଥଲେ, ଶେଷରେ କମିଟି ତରଫରୁ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଂକୁ ଧନ୍ୟବାଦ ଅର୍ପଣ କରିଥିଲେ।



