କଟକ -ମହାରାଷ୍ଟ୍ରର ନାଗପୁରରେ ଜାନୁୟାରୀ 2 ତାରିଖରୁ ବିସିସିଆଇ ଆନୁକୂଲ୍ୟରେ ଏଲିଟ ଗ୍ରୁପ 15 ବର୍ଷ ରୁ କମ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିପାଇଁ ଓସିଏ ପକ୍ଷରୁ 17 ଜଣିଆ ଓଡିଶା ଟିମ ଘୋଷଣା କରାଯାଇଛି। ଚିରଶ୍ରୀ ରାଉତ ଦଳର ଅଧିନାୟିକା ଥିବା ବେଳେ ଅନ୍ବେସା ସ୍ବାଇଁ ଉପ ଅଧିନାୟକ ରହିଛନ୍ତି। ଓଡିଶା ଟିମ ସେଠାରେ ସୌରାଷ୍ଟ୍ର, ଉତ୍ତରାଖଣ୍ଡ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ଜାମ୍ମୁକାଶ୍ମୀର ବିପକ୍ଷରେ ମ୍ୟାଚ ଖେଳିବ। ଓଡିଶା ଟିମ ର ପ୍ରସ୍ତୁତି ଭଲ ହୋଇ ଥିବାରୁ ନାଗପୁର ରେ ଦଳ ର ଖେଳାଳୀ ଭଲ କରିବେ ବୋଲି ମୁଖ୍ଯ ଚୟନକର୍ତ୍ତା ଆଶା ରଖିଛନ୍ତି।ବାଇଟ-1-ସସ୍ମୀତା ପଟ୍ଟନାୟକ ମୁଖ୍ଯ ଚୟନକର୍ତ୍ତା, ଓଡିଶା 15 ବର୍ଷ ରୁ କମ ମହିଳା କ୍ରିକେଟ।



