୨୬ତମ ଆଶା ଫାଉଣ୍ଡେସନ ଡେ ପାଳିତ ଅବସରରେ ବିଭିନ୍ନ ପ୍ରତିଯୋଗୀତା ପାଇଁ ରେଜିଷ୍ଟ୍ରେସନ୍ ଆବେଦନ

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଆଶା ଟକିଜ୍ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ଆଶା ଫାଉଣ୍ଡେସନର ୨୬ତମ ଫାଉଣ୍ଡେସନ ଡେ ପାଳିତ ହେବାକୁ ଯାଉଛି। ଏଥି ସହିତ NCDA ର ନବମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେବ। ଆସନ୍ତା ୧୧/୦୧/୨୦୨୬ ରବିବାର ଦିନ ଏହି ମେଗା ବାର୍ଷିକ ଉତ୍ସବ ଓ ଫାଉଣ୍ଡେସନ ଡେ ସେଲେବ୍ରେସନ ଅନୁଷ୍ଠିତ ହେବ। ଏହି ଅବସରରେ ସୋଲୋ ଡାନ୍ସ କିଡ୍ସ, ଶୋଲୋ ଡାନ୍ସ ସବ ଜୁନିଅର,ଶୋଲୋ ଡାନ୍ସ ଜୁନିଅର, କଲରିଂ, ରଙ୍ଗୋଲି, ଡ୍ରଇଂ, ଝୋଟି, ଗୃହ ଲକ୍ଷ୍ମୀ ପାଇଁ ପ୍ରତିଯୋଗୀତା ଆସନ୍ତା ୦୪/୦୧/୨୦୨୬ ତାରିଖରେ ଅନୁଷ୍ଠିତ ହେବ। ତେବେ ଏଥିପାଇଁ ଅଗ୍ରୀମ ରେଜିଷ୍ଟ୍ରେସନ୍ ଖୋଲା ଯାଇଛି। ଏହି ରେଜଷ୍ଟ୍ରେସନର ଶେଷ ତାରିଖ ୦୨/୦୧/୨୦୨୬ ରହିଛି। ଇଛୁକ ପ୍ରତିଯୋଗୀ ଭାଗ ନେବାକୁ ଚାହୁଁଥିଲେ ଆଶା ଫାଉଣ୍ଡେସନ ଓ NCDA କିମ୍ବା ଆଶା ଟକିଜ ପରିସରରେ ଯୋଗାଯୋଗ କରି ପାରିବେ। ସାର୍ଟିଫିକେଟ, ଟ୍ରଫି ସହ ଆକର୍ଷଣୀୟ କ୍ୟାସ ପ୍ରାଇଜ ରହିଛି।




