ଟୁନା ହରପାଲ ଙ୍କୁ ଜାତିଆଣ ଭେଦ ଭାବ ନେଇ କଙ୍ଗାରୁ କୋର୍ଟରେ ଅର୍ଥ ରାଶି,ମେଲଛା, ଓ ଚାଉଳ ରେ ଦଣ୍ଡିତ ପରେ କେ ଗାଁ ଥାନାରେ ଅଭିଯୋଗ
ଗୋଲାମୁଣ୍ଡା/୪/୧/୨୬/କଙ୍ଗାରୁ କୋର୍ଟରେ ଅର୍ଥ ରାଶି ଓ ଚାଉଳ ଏବଂ ଜୀବନ୍ତ ମେଲଛା ରେ ଦଣ୍ଡିତ ପରେ ବି ଧର୍ଣି ଶାଲାରେ ହତ୍ୟା କରିବା ପାଇଁ ଧମକ ଦେବାରୁ ପରିବାର ପକ୍ଷରୁ କେ ଗାଁ ଥାନାରେଲିଖିତରେ ଅଭିଯୋଗ କରିଥିଲେ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଉଛଲା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଆଇଁଳି ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା, ନବ ବର୍ଷ ଉପଲକ୍ଷେ ଗ୍ରାମର ଗଗନେ ଶବର (୪୫) ପିତା ଖଗେଶ୍ବର ଶବର ଙ୍କ ସାଉଣ୍ଡ ବାକ୍ସ ରେ ବଚସା ନେଇ ଏକ ପାଟି ତୁଣ୍ଡ ହୋଇ ଥିଲା, ଏହା କୁ ନେଇ ଗଗନେ ଶବରଙ୍କ ଇଙ୍ଗିତରେ ଡମ୍ବ ଜାତିର ପିଲା ବୋଲି ଶବର ଜାତିର ଲୋକେ ଅପରାହ୍ନ ସାତଟା ବେଳକୁ ଦଳ ବଳ ହୋଇ ଟୁନା ହର ପାଲ ପିତା ପୁରୀ ହରପାଲ ଙ୍କ ଘରୁକୁ ଆସି ଅମାନିଶକତା ଭାବେ ଗାଳି ଗୁଲଜ ସହ ଟୁନା ହର ପାଲ ଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇ ଥିଲେ, ଏହା ପରେ ତା ୨/୧/୨୬ ଶୁକ୍ରବର ଦିନ ଗ୍ରାମର ତେନ୍ତୁଳି ଗଛ ନିକଟରେ ଜାତିଆଣ ଭେଦ ଭାବ ନେଇ କାଙ୍ଗରୁ କୋର୍ଟ କରି ପାଞ୍ଚ ଲକ୍ଷ ଟଙ୍କା ଦାବି କରିଥିଲେ, ଏହା ନ ଦେବୁ ତେବେ ତୋର ପୁଅ ଟୁନା ହର ପାଲ ଙ୍କୁ ଧର୍ଣିଶାଲା ରେ ହତ୍ୟା କରିବୁ ବୋଲି ଧମକ ଦେବାରୁ ପୁରି ହର ପାଲ ଭୟ ଭୀତ ହୋଇ ଗ୍ରାମର ଦୁଇ ଜଣ ୱାର୍ଡ ମେମ୍ବର ରାଜୁ ନାଏକ ଓ ପୀତାମ୍ବର ଶବର ଙ୍କ ସମ୍ମୁଖରେ ଉକ୍ତ ଫାଇନ ଦେଇ ଥିଲେ, ଦୁଇଜଣ ୱାର୍ଡ ମେମ୍ବରମଧ୍ୟ ଫାଇନ ଦେଇ ଥିବା କଥା ଗଣ ମାଧ୍ୟମ ନିକଟରେ ସ୍ୱିକାର କରି ଥିଲେ, ଟୁନା ହର ପାଲଙ୍କ ଦେହରେ ପ୍ରବଳ ମାଡ଼ ହେତୁ ଭବାନୀ ପାଟଣା ମେଡିକାଲ ରେ ଚିକିତ୍ସା ହେଉଛନ୍ତି ବୋଲି ବାପା ପୁରି ହର ପାଲ ଓ ମାଆ ଗଣ ମାଧ୍ୟମ ନିକଟରେ ମୁଁହ ଖୋଳି ଥିଲେ,ଏହା ପରେ ମଧ୍ଯ ଶବର ମାନଙ୍କ ରାଗ ପରିବର୍ତ୍ତନ ହୋଇ ନ ଥିଲା, କୌଣସି ସ୍ଥାନରେ ଦେଖିଲେ ଜୀବନରେ ମାରି ଦେବା ସହ ଗ୍ରାମରେ ଡମ୍ବ ପିଲା ମାନେ ସ୍କୁଲରେ ପାଠ ପଢି ଯିବାର ମନା ଓ ଜଙ୍ଗଲକୁ ଯିଏ ଯିବ ତାଙ୍କୁ ମଧ ଜୀବନରେ ମାରିଦେବା ପାଇଁ ଧମକ ଦେବାରୁ ଆଇଁଲି ଗ୍ରାମର ଡ଼ମ୍ବ ସମାଜ ପକ୍ଷରୁ ବହୁ ସଂଖ୍ୟକ ଲୋକେ ଆସି ଗତ ତା ୩/୧/୨୬/ଅପରାହ୍ନ ପ୍ରାୟ ଚାରିଟା ବେଳକୁ ଥାନାର ଆଇଆଇସି ଙ୍କୁ ଲିଖିତ ଭାବେ ଜଣାଇ ଥିଲେ ଯେ, କଙ୍ଗାରୁ କୋର୍ଟରେ ଗଗନେ ଶବରଙ୍କ ଇଙ୍ଗିତରେ ବହୁ ସଂଖ୍ୟକ ଭାବେ ମିଶି ଗ୍ରାମର ୱାର୍ଡ ମେମ୍ବର ମାନଙ୍କ ସମ୍ମୁଖରେ ଲତା ବିଧା ଓ ଗୋଇଠା ମାରିବା ଏକ ଆଇନ୍ ବିରୋଧୀ ଅଟେ, ତେଣୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଦଲବଧ ହୋଇ ଥିବା ଶବରମାନେ ନିଶ୍ଚୟ ଆଗକୁ ସମସ୍ୟା ଘଟାଇ ପାରନ୍ତି ବୋଲି ଡମ୍ବ ସମାଜ ପରିବାର ପକ୍ଷରୁ ପୋଲିସ କୁ ନ୍ୟାୟ ଓ ସୁରକ୍ଷା ପାଇଁ ଲିଖିତ ଭାବେ ଜଣାଇ ଥିଲେ, ଏହି ପରିପ୍ରେକ୍ଷୀରେ କେଗାଁ ଥାନା ଅଧିକାରୀ ସଙ୍ଗୀତା ବେକ୍ କୁ ପଚାରିବାରୁ ସେ କହିଲେ ଯେ, ଉଭୟେଙ୍କ ଥାନାରେ ଲିଖିତ ଅଭିଯୋଗ କୁ ନେଇ ତଦନ୍ତ ଜାରି ରହିଛି, ଯେଉଁ ମାନେ ଦୋଷୀରେ ସାବ୍ୟସ୍ତ ରହି ଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠନ ନିଆ ଯିବ ବୋଲି କହି ଥିଲେ, ହେଲେ ଦେଖିବାକୁ ବାକି ରହିଲାଯେ, କେଗାଁ ପୋଲିସ କେବେ ଦୋଷି ମାନଙ୍କୁ ଗିରଫ କରିବାରେ ସକ୍ଷମ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶର ଚର୍ଚ୍ଚା ଜୋର ଧରିଛି,ଆସନ୍ତୁ ଶୁଣିବା ଟୁନା ହର ପାଲଙ୍କ ବାପା ମାଆ ଏବଂ ଗ୍ରାମର ୱାର୍ଡ ମେମ୍ବର ମାନଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ,ଜାଗ୍ରତଭାରତ ନିୟୁଜ



