ବାଇକ ଦୁର୍ଘଟଣା, ଜଣେ ମୃତ, ଜଣେ ଗୁରୁତର
ଜୁନାଗଡ଼,୫।୧- କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ସ୍ଥିତ ଜାତୀୟ ରାଜପଥ ୧୩୦ ସି ବୁଲାଣୀ ରାସ୍ତାରେ ରବିବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ତାଙ୍କ ନାମ ପିଣ୍ଟୁ ବାଗ (୨୫) ଓ ସେ ଧର୍ମଗଡ଼ ବସ୍ତି ପଡାର ବୋଲି ଜଣାପଡିଛି। ପ୍ରକାଶ ଯେ, ଧର୍ମଗଡ଼ ବସ୍ତି ପଡ଼ାର ଦୁଇ ସାଙ୍ଗ ପିଣ୍ଟୁ ବାଗ (୨୫) ଏବଂ ଓମ୍ ଦୀପ (୨୫) ଏକ ପଲସର (ବାଇକ ନଂ ଓଡ଼ି ୦୮ଟି ୨୭୧୯)
ରେ କୌଣସି କାମରେ ନିଜ ଘରୁ ଜୁନାଗଡ଼ ଅଭିମୁଖେ ଆସୁଥିବା ସମୟରେ ବଳଦିଆମାଲ ଛକ ଜାତୀୟ ରାଜପଥ ୧୩୦ସି ବୁଳାଣିରେ ଭାରସମ୍ୟ ହରାଇ ଦୁର୍ଘଟଣା ହୋଇଥିଲେ। ଏଥିରେ ପିଣ୍ଟୁ ବାଗଙ୍କ ମୃତ୍ୟୁ ହୋଇଥିବାବେଳେ
ଓମ୍ ଗୁରୁତର ହୋଇଛନ୍ତି। ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟାଳୟରୁ ବୁର୍ଲାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।
ମୃତ ପିଣ୍ଟୁ ଧର୍ମଗଡ଼ରେ ଏକ ନିଜର ବାଇକ ଗ୍ୟାରେଜ କରି ପେଟ ପାଟଣା କରୁଥିଲେ।ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳେ ପହିଞ୍ଚି ତଦନ୍ତ ଆରମ୍ଭ କରିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



