ଭ୍ରାମ୍ୟମାଣ ସତସଙ୍ଗ ଓ କମ୍ବଳ ବଣ୍ଟନ ଉତ୍ସବ ଅନୁଷ୍ଠିତ
ଯାଜପୁର __ ଏବେ ସୁଦ୍ଧା କମିନାହିଁ ।ସାରଥୀ ବାବାଙ୍କର କ୍ରେଜ। ଅନେକ ବାଦବିବାଦ ପରେବି ଜାରି ରହିଛି ସେବା କାର୍ଯ୍ୟ ।ନିନ୍ଦା ଅପବାଦ ପରେ ବି ସେବାକୁ ଭୁଲି ନାହିଁ ନିଜ କର୍ତ୍ତବ୍ୟ। ଯାଜପୁର ଜିଲ୍ଲା ମଙ୍ଗଳପୁର ର ଖଜୁରିମାଳ ଠାରେ ପାଳନ କଲା ନବବର୍ଷ। ବିରଜା କ୍ଷେତ୍ର ସାରଥୀ ପରିବାର ପକ୍ଷରୁ ସେବା ପାଇ ଆନନ୍ଦିତ ହେଲେ କମ୍ବଳ ନେବାକୁ ଆସିଥିବା ଲୋକେ। ବିଗତ ଦିନରେ ବାବା ସାରଥୀ ଦେବଙ୍କୁ ନେଇ ଅନେକ ବାଦବିବାଦ ଉପୁଜି ଥିଲା।ହେଲେ ନିନ୍ଦା ଅପବାଦ କୁ ଖାତିରି ନ କରି ଆଜିବି ମାନବ ସେବା ହିଁ ମାଧବ ସେବା ମନେକରି ଜାରି ରଖିଛି ନିଜର ସେବା କାର୍ଯ୍ୟ। ହଁ ଆଜ୍ଞା ଦର୍ଶକ ବନ୍ଧୁ ଆମେ କହୁଛୁ ସାରଥି ସେବା ପରିବାର ବିରଜା କ୍ଷେତ୍ରର କଥା।ପ୍ରଥମେ ସାରଥୀ ବାବାଙ୍କର ପୁଜାର୍ଜନା ପରେ ଭଜନ କୀର୍ତ୍ତନ ହୋଇଥିଲା।ତାପରେ ପ୍ରସାଦ ଖାଇସାରିବା ପରେ କମ୍ବଳ ବଣ୍ଟନ କରାଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମକୁ ଯାଜପୁର ବିରଜା କ୍ଷେତ୍ରର ସାରଥୀ ପରିବାର ପକ୍ଷରୁ କରାଯାଇଥିଲା।



