ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଶିରିଡି ରେ ବିଶାଳ ପାଲକି ଶୋଭାଯାତ୍ରା ଗୁରୁବାର ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି.
ଶିରିଡିସ୍ଥ ପ୍ରସିଦ୍ଧ ଖଣ୍ଡୋବା ମନ୍ଦିର ପରିସର ରୁ ଶିରିଡି ର ପୂଜକ ଓ ଅନୁଷ୍ଠାନ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ଙ୍କ ଦ୍ୱାରା ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ପରେ ବାବା ଙ୍କର ସୁ ସଜ୍ଜିତ ପାଲକି,ଘୋଡା ଗାଡି,ସାଇ ପାଦୁକା, ଆଲଟ, ଚାମର ଛତ୍ରଛତ୍ରୀ ସହ ମହାରାଷ୍ଟ୍ର ର ପ୍ରସିଦ୍ଧ ଚାଙ୍ଗୁ ବାଦ୍ୟ, ତୁରୀ ଓ ଘଣ୍ଟ ଘଣ୍ଟା ବାଦ୍ୟ ସହିତ ଶୁଭ୍ର ବସ୍ତ୍ର ପରିହିତ 200ରୁ ଉର୍ଦ୍ଧ ଶ୍ରୀ ସାଇ ଅନୁଗାମୀ ମହିଳା, ପୁରୁଷ ଓ ଢେଙ୍କାନାଳ ଶ୍ୟମାଚରଣପୁର ସ୍ଥିତ ଆଦୃତା ଶିଶୁ ଗୃହ ର 30ଜଣ ଅନ୍ତେବାସୀ ସାମିଲ ହୋଇଥିଲେ,ସାଇ ବାବା ଙ୍କର ଜୟ ଜୟ କାର ଧ୍ବନି ରେ ଶିରିଡି ମାଟି ପ୍ରକମ୍ପିତ ହୋଇଉଠିଥିଲା,ପୂର୍ବାହ୍ନ 12 ଟା ରେ ଶୋଭାଯାତ୍ରା ଶିରିଡି ଗ୍ରାମ ପରିକ୍ରମା କରି ସପ୍ତାଧି ମଣ୍ଡପ ରେ ପଂହଁଚିବା ପରେ ସେଠାରେ ଥିବା ସମସ୍ତ ଭକ୍ତ ମାନଙ୍କୁ ହାଲୱା ପ୍ରସାଦ ବିତରଣ କରାଯାଇଥିଲା,ସନ୍ଧ୍ୟାରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ର ମହିଳା ମଣ୍ଡଳ, ଶିଶୁ କଳକାର ଓ ଆଦୃତା ଶିଶୁ ଗୃହ ର ଅନ୍ତେବାସୀ ମାନଙ୍କ ପକ୍ଷରୁ ସାଇ ସପ୍ତାଧି ମଣ୍ଡପ ରେ ନୃତ୍ୟ ,ଭକ୍ତି ରସାତ୍ମକ ନାଟକ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ଶିରିଡି ସଂସ୍ଥାନ ପକ୍ଷରୁ ସିଧା ପ୍ରସାରଣ କରାଯାଇଥିଲା, ଶିରିଡି ସାଇ ସଂସ୍ଥାନ ର CEO ଶ୍ରୀ ଗୋରସ୍କ ଗାଡିଲକର ସାଇ ସତସଙ୍ଗ ସେବା ଟ୍ରଷ୍ଟ ଓ ଆଦୃତା ଶିଶୁ ଗୃହ ର ଅନ୍ତେବାସୀ କୁ ସମ୍ବର୍ଦ୍ଧନା କରିଥିଲେ ଆଦୃତା ଶିଶୁ ଗୃହ ର ଅନ୍ତେବାସୀ ମାନେ ଶନିସିଗ୍ନାପୁର ଔରଙ୍ଗବାଦ ସ୍ଥିତ ପ୍ରାଚୀନ ଐତିହ୍ୟ ସମ୍ପର୍ନ୍ନ ଅଜନ୍ତା ଗୁମ୍ଫା, ମିନି ତାଜମହଲ, ଜ୍ୟୋତିର୍ଲିଙ୍ଗ ଘୁଷନେଶ୍ୱର ଓ ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ.



