ଆମ୍ବଭୋନା ବ୍ଳକ୍ ରେ ପ୍ରଥମ ପର୍ଯ୍ୟାୟ ନିଷ୍ଠା ତାଲିମ ଉଦଯାପିତ
ଭଟଲି (ଅଭିମନ୍ୟୁ ପଧାନ):- ଅମ୍ବାଭୋନା ବ୍ଳକ୍ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମ୍ବିଳନୀ କକ୍ଷରେ ଅମ୍ବାଭୋନା ବ୍ଳକ୍ ଏ ବି ଇ ଓ / ବି ଆର୍ ସି ସି ଶ୍ରୀଯୁକ୍ତ ଲାଲମୋହନ ସିଂହ ଙ୍କ ସଭାପତିତ୍ବରେ ତଥା ବି ଆର୍ ଟି ରମେଶ ଚନ୍ଦ୍ର ମେହେର ଓ ପ୍ରିୟରଞ୍ଜନ ଦୋରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପଞ୍ଚ ଦିବସିୟ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ତାଲିମ ତା ୦୬/୦୧/୨୦୨୬ ରୁ ଆରମ୍ଭ ହୋଇ ଆଜି ତା ୧୦/୦୧/୨୬ ରେ ଉଦଯାପିତ ହୋଇଯାଇଛି । ସାଧନ କର୍ମୀ ସ୍ବାଧୀନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିବା ବେଳେ ଭୁକ୍ତା ସି ଆର ସି ସି କେଦାର ମେହେର ସଭା ପରିଚାଳନା କରିଥିଲେ । ସାଧନ କର୍ମୀ ସ୍ବାଧୀନ କୁମାର ସାହୁ, ସୁଶାନ୍ତ ପ୍ରଧାନ, ଭୈରବ ନାଥ ପଟେଲ,ସଦାନନ୍ଦ ଭୋଇ ଅମ୍ବାଭୋନା ବ୍ଳକ୍ ର ୪୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପାଞ୍ଚ ଦିନ ଧରି ନିଷ୍ପା ତାଲିମ ପ୍ରଦାନ କରିଥିଲେ । ଆଜି ଅପରାହ୍ନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଏକାଙ୍କିକା ସମ୍ମିଳନୀ କକ୍ଷରେ ମଞ୍ଚସ୍ଥ ହୋଇଥିଲା । ଏକାଙ୍କିକା ଟି ସମସ୍ତ ଙ୍କ ମନଛୁଆଁ ହୋଇପାରିଥିଲା । ଶେଷରେ ବି ଆର୍ ଟି ପ୍ରିୟ ରଞ୍ଜନ ଦୋରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



