ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା କ୍ରିକେଟ ମ୍ୟାଚ୍ ରେ ରାଉରକେଲା କୁ ହରାଇ କଟକ ଚମ୍ପିୟାନ।।
(ରବିବାର ଫାଇନାଲ ରେ ମୁହାଁ ମୁହିଁ ହେବେ ଅନୁଗୁଳ କ୍ରିକେଟ ଟିମ ଓ ତାଳଚେର ର ଫ୍ରେଣ୍ଡସ କ୍ରିକେଟ ଟିମ୍।)
ତାଳଚେର,୧୦/୧ ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ରାଣୀ ପାର୍କ ଖେଳ ପଡିଆ ରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା କାଲି ରବି ବାର ଦିନ ମୁହାଁ ମୁହିଁ ହେବେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଓ ଅନୁଗୁଳ କ୍ରିକେଟ ଟିମ୍। ଏହି ସର୍ବ ଭାରତୀୟ କ୍ରିକେଟ ମ୍ୟାଚ୍ ରେ ଦେଶର ବଛା ବଛା ଆଠ ଟି ଟିମ୍ ଭାଗ ନେଇଥିଲେ। ତେବେ ସମସ୍ତ ଟିମ୍ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା ବେଳେ ଫାଇନାଲ କୁ ତାଳଚେର ର ଫ୍ରେଣ୍ଡସ କ୍ରିକେଟ୍ ଟିମ୍ ଓ ଅନୁଗୁଳ କ୍ରିକେଟ ଟିମ ଉନ୍ନୀତ ହୋଇ ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବାକୁ ଯାଉଛି। ତେବେ ଆଜି ଏକ ଦିବସୟ ୨୦-୨୦ ମହିଳା କ୍ରିକେଟ କଟକ ଓ ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମହିଳା କ୍ରିକେଟ ମ୍ୟାଚ୍ କୁ ବିଜେପି ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ ଙ୍କ ସହ ଧର୍ମଣି ତଥା ନାରି ନେତ୍ରୀ ମୃଲାଲିନି ପଟ୍ଟନାୟକ ଓ କାଉନସିଲର ଅନିତା ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏଥିରେ କଟକ ପ୍ରଥମେ ବ୍ୟାଟିଂ କରି ୨୧୮ରନ କରିଥିବା ବେଳେ ଏହାର ପିଛାକରି ରାଉରକେଲା ଟିମ ୧୮ଓଭର ରେ ମାତ୍ର ୯୪ରନ କରି ଏଲ ଆଉଟ୍ ହୋଇଯାଇଥିଲେ,ଫଳରେ କଟକ ଚମ୍ପିୟାନ ହେବା ସହ କଟକ ଟିମ ର କାଜଲ ଜେନା ସର୍ବାଧିକ ୧୦୮ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଚମ୍ପିୟାନ କଟକ ଓ ଉପବିଯେତା ରାଉରକେଲା କୁ ଅତିଥି ଭାବେ ଯୋଗଦେଇ ପୂର୍ବତନ ଖେଳ ଶିକ୍ଷକ ଗୌର ଗୋବିନ୍ଦ ସାମନ୍ତ , ତ୍ରିନାଥ ସାମନ୍ତ ଓ ଅଜିତି ମିଶ୍ର ପୁରସ୍କୃତ କରିଥିଲେ।ତେବେ ଏହି ଖେଳ କୁ ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ରୁ କ୍ଲବ ର ସଭାପତି ତଥା ନଗର ପାଳ ପବିତ୍ର ଭୂତିଆ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ଏହି ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ସହର ଓ ଗ୍ରାମାଞ୍ଚଳ ରୁ ବହୁ ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଛି।।



