କାଜୁ ଗଛରୁ ନିଖୋଜ ମହିଳାଙ୍କ ଗଳିତ ଶବ ଠାବ
ବାଲିଗୁଡ଼ା,ତା, ୨୮/୦୧: (ସୁଶୀଳ କୁମାର ପାଣିଗ୍ରାହୀ): ନିଖୋଜ ମହିଳାଙ୍କ ଗଳିତ ଶବ ଠାବ । ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ମୃତ ମହିଳା ଜଣକ ରାୟଗଡ଼ା ଜିଲ୍ଲାର ଡିମିରିଗୁଡ଼ା ଗ୍ରାମର ସମ୍ବରୀ ମାଝୀ ହେଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଗତ ତିନିବର୍ଷ ତଳେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଝିରିପାଣି ପଞ୍ଚାୟତର ଦେସୁଘାଟୀ ଗ୍ରାମର ପ୍ରକାଶ ଜାନିଙ୍କୁ ବିବାହ କରିଥିଲେ ସମ୍ବରୀ l ଗତ ୧୧ ତାରିଖ ଦିନ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରରୁ ବଚସା ହେବାପରେ ସମ୍ବରୀ ରାଗିଯାଇ ଘରଛାଡ଼ି କୁଆଡ଼େ ପଳେଇ ଯାଇଥିଲେ । ଦୀର୍ଘ ସମୟଧରି ଘରକୁ ନଫେରିବାରୁ ସ୍ବାମୀ ଓ ସମ୍ପର୍କୀୟ ବହୁ ଖୋଜା ଖୋଜି କରିବା ପରେ ସମ୍ବରୀଙ୍କ କୌଣସି ସନ୍ଧାନ ନପାଇ ଜାନୁଆରୀ ୧୮ ତାରିଖରେ ବେଲଘର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ସ୍ୱାମୀ ପ୍ରକାଶ ଜାନୀ । ମଙ୍ଗଳବାର ସନ୍ଧ୍ୟାରେ ଗାଁ ନିକଟସ୍ଥ ଜଙ୍ଗଲର ଏକ କାଜୁ ଗଛରେ ସମ୍ବରୀଙ୍କ ଝୁଲନ୍ତା ଗଳିତ ମୃତଦେହ ଦେଖିବା ପରେ ଗାଁ ଲୋକଙ୍କୁ ଜଣାଇବା ସହ ବେଲଘର ପୋଲିସକୁ ଜଣାଇଥିଲେ ପ୍ରକାଶ ଜାନୀ । ଖବରପାଇ ବୁଧବାର ଘଟଣାସ୍ଥଳରେ ବେଲଘର ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏହା ଆତ୍ମହତ୍ୟା ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ମୃତ ମହିଳାଙ୍କ ସ୍ବାମୀ ପ୍ରକାଶ ଜାନୀ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


