ଡେଡବଡି ରହସ୍ୟ – ଡିସିପିଙ୍କି ସାମ୍ବାଦିକ ସମ୍ମିଳନୀ

କଟକ: ଡେଡ୍ ବଡ଼ି ଖୋଲିଦେଲା ମୃତ୍ୟୁର ରହସ୍ୟ । ବନ୍ଧା ହେଲେ ଦାଦା ପୁତୁରା । କଟକ ନରାଜ ନିକଟ ମହାନଦୀ ରୁ ଗତକାଲି ରାତି 8ଟା ସମୟରେ ଜଣେ ଯୁବକଙ୍କ ମୃତଦେହ ବସ୍ତାରେ ପଶିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ମୃତକ ଜଣକ ହେଲେ ଗୋରା କବର ଅଞ୍ଚଳର ଶେଖ୍ ରାଜୁ । ଶେଖ୍ ରାଜୁ ଙ୍କ ପରିବାର ଲୋକେ ହତ୍ୟା ଆଣିଛନ୍ତି । ଜମିଜମା ବିବାଦ ପାଇଁ ଘର ପାଖ କିଛି ଲୋକ ପିଟି ପିଟି ହତ୍ୟା କରିବା ସହ ଅଖାରେ ପୁରାଇ ନଦୀରେ ପକେଇ ଦେଇଥିବା କଥା ଅଭିଯୋଗ ଆଣିଥିଲେ ରାଜୁ ଙ୍କ ପରିବାର ଲୋକେ । ତେବେ ଏହି ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କଟକ ବିଡାନାସୀ ଥାନା ତୁଳସୀପୁର ଅଞ୍ଚଳ ଡିଅର ପାର୍କ ବସ୍ତିର ରମେଶ ଚନ୍ଦ୍ର ସାହୁ ଓ ତପନ କୁମାର ସାହୁ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


