ସମାଜସେବୀଙ୍କ ଏକାଦଶାହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ
ଯାଜପୁର _ ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ଠାରେ ଜନ୍ମ ଗ୍ରହଣ କରିଥିବା ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ସ୍ବର୍ଗତ ବୃନ୍ଦାବନ ଦାସଙ୍କ ଏକାଦଶହ ଉପଲକ୍ଷେ ସ୍କତିଚାରଣ ସଭା ଓ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ତଥା ଯାଜପୁର ଯାଦବ ସଂଘର ସଭାପତି ରବିନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଜଜୟ ବେହେରା ସଞ୍ଚାଳନ କରିଥିଲେ।ପ୍ରଥମେ ସମସ୍ତ ଅତିଥି ମାନେ ସ୍ବର୍ଗତ ବୃନ୍ଦାବନ ଦାସଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ତାପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ତାପରେ ଅତିଥି ମାନଙ୍କୁ ଉତ୍ତରୀୟ ଦିଆଯାଇଥିଲା।ପରେ ଅତିଥି ମାନେ ସ୍ବର୍ଗତ ବୃନ୍ଦାବନ ଦାସଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ କି ଯେ ସେ ଚାକିରି କରିଥିଲେ ପରେ ସମାଜସେବୀ ଭାବରେ ବହୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଏବଂ ଲୋକମାନଙ୍କୁ ଭଲ ମନ୍ଦରେ ସାହାଯ୍ୟର ହାତ ବଢ଼ାଉଥିଲେ। ବିଶେଷ କରି ଆଧ୍ୟାତ୍ମିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲୋକଙ୍କ ପାଖରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତା ମାନେ ପରିପ୍ରକାଶ କରିଥିଲେ। ଯେଉଁ ମାନେ ଯୋଗଦେଇ ଥିଲେ ସେମାନେ ହେଲେ ଶିକ୍ଷାବିତ ନିରଞ୍ଜନ ଦାସ, ଶିକ୍ଷାବିତ ଓ ସାହିତ୍ୟିକ ସଚ୍ଚିଦାନନ୍ଦ ଗୁରୁ, ଶିକ୍ଷାବିତ ରବିନ୍ଦ୍ର କୁମାର ବିଶ୍ବାଳ,ସବୁଜ ଓଡିଶାର ସଂପାଦକ ସରୋଜ କୁମାର ସାହୁ, ଗନ୍ଧର୍ବ ଦାସ, ପୃର୍ବତନ ସରପଞ୍ଚ ବିରଞ୍ଚି ନାରାୟଣ ବେହେରା, ମୋହିନୀ ଚରଣ ଦାସ,ଦଧିବାବନ ଗୁରୁ, ବରିଷ୍ଠ ଶିକ୍ଷାବିତ ଓ ସମାଜସେବୀ ପ୍ରଶାନ୍ତ କୁମାର ନାୟକ, ଉପେନ୍ଦ୍ର ଗୁରୁ, ଶିକ୍ଷାବିତ ଅଳକା ନନ୍ଦ,ରାଧାଶ୍ୟମ ସାମଲ, ବିଂଝାରପୁର ଯାଦବ ସଂଘର ସଂପାଦକ କଲ୍ୟାଣ ଦାସ ପ୍ରମୁଖ ଯୋଗଦେଇ ଥିଲେ। ପୁତ୍ର ପ୍ରମୋଦ କୁମାର ଦାସ,ପ୍ରଦୀପ କୁମାର ଦାସ,ପ୍ରମେଶ କୁମାର ଦାସ, ପ୍ରକାଶ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ



