ଭୁବନେଶ୍ବର: ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍। ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ଭିତ୍ତିଭୂମି। ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟକୁ ଅନୁମୋଦନ ମିଳିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡ଼ାରେ ହେବ ନୂଆ ପ୍ରବେଶ ପଥ। ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆ ଠାରେ ମଧ୍ଯ ନିର୍ମାଣ ହେବ ନୂଆ ପ୍ରବେଶ ପଥ। ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର ଓ ରିଭର ଭିୟୁ ଡେକ୍ ବ୍ୟବସ୍ଥା ରହିବ।

February 18, 2026/
No Comments


