ଜୁନାଗଡ଼ ଏନ୍ ଏ ସି ସହରରେ ବେନିୟମ ହୁଡିଂ ପାଇଁ ରାଜସ୍ଵ ହାନି l ପ୍ରଶାସନ ନୀରବ ଦ୍ରଷ୍ଟା l

ଜୁନାଗଡ଼- ତା/୭/୨- କଳାହାଣ୍ଡି ଜିଲ୍ଲା ଜୁନାଗଡ ଏନ୍ ଏ ସି ରେ ବିଭିନ୍ନ କମ୍ପାନୀ କିମ୍ବା ଅନ୍ୟ କୌଣସି ଜିନିଷର ବିଜ୍ଞାପନ ଅବା ପ୍ରଚାର ଓ ପ୍ରସାର ପାଇଁ ସହରର ବିଭିନ୍ନ ସ୍ତlନରେ ଏନ୍ ଏ ସି କୁ ଖଜଣା ଦେଇ ହୁଡିଙ୍ଗ ଜରିଆରେ ବେନର ଲଗାଇ ଆଡଭର୍ଟାଇଜିଂ କମ୍ପାନୀ ମାନେ ବିଜ୍ଞାପନର ପ୍ରଚାର ପ୍ରସାର କରିଥାନ୍ତି l ଏ ନେଇ ଜୁନାଗଡ଼ ସହର ଅଞ୍ଚଳରେ ଜୁନାଗଡ଼ ଏନ ଏ ସି ର ନିଜସ୍ଵ ୧୦ ଗୋଟି ହୁଡ଼ିଙ୍ଗ ଥିବାବେଳେ ,କାରୁକୃତି କୋଲକାତା ଆଡ କମ୍ପାନୀର ଗୋଟିଏ ,ଟ୍ରିପଲ୍ A ଆଡ କମ୍ପାନୀର ଗୋଟିଏ ,JVR ଆଡ କମ୍ପାନୀର ଦୁଇଟି ଏବଂ ଭବାନୀପାଟଣା ସ୍ଥିତ ସନଗ୍ରାଫିକ ଆଡ କମ୍ପାନୀର ତିନି ଗୋଟି ହୁଡୀଙ୍ଗ ଥିବାର ସୂଚନା ମିଳିଛି l ଏହି ହୁଡିଙ୍ଗ ଭେଣ୍ଡର ମାନେ ଏନ ଏ ସି ରୁ ସ୍ଵୀକୃତ ପ୍ରାପ୍ତ କରି NAC କୁ ଖଜଣା ଦେଇ ନିର୍ଦ୍ଦେଶାବଳୀ ଅନୁଯାୟୀ ମାସିକ ଅବା ବାର୍ଷିକ ରାଜସ୍ଵ ଖଜଣା ପୈଠ କରିବାର ନିୟମ ଥିବାବେଳେ ଏଥି ମଧ୍ୟରୁ ଭବାନୀପାଟଣା ସ୍ଥିତ ସନ୍ ଗ୍ରାଫିକ୍ସ ଆଡ କମ୍ପାନୀ ନିୟମ ଉଲ୍ଲଘଂନ କରୁଥିବାର ଜୁନାଗଡ଼ NAC OFFICE ସୂତ୍ରରୁ ଜଣାପଡିଛି l ଏହି ସନ ଗ୍ରାଫିକ୍ସ ଆଡ କମ୍ପାନୀ ଗତ ୨୦୧୯ ମସିହାରୁ ଜୁନାଗଡ଼ NAC କୁ ଖଜଣା ପୈଠ କରୁ ନ ଥିବାର ସୂଚନା ମିଳିଥିବା ବେଳେ NAC OFFICE ତରଫରୁ ଖଜଣା ପୈଠ ନିମନ୍ତେ ବାରମ୍ବାର ନୋଟିସ କଲେ ମଧ୍ୟ NAC କର୍ମଚାରୀଙ୍କ କଥାକୁ ନ ଶୁଣି ଏବଂ ନୋଟିସ କଲେ ନୋଟିସକୁ ଖାତିର କରୁ ନ ଥିବାର ସୂତ୍ରରୁ ସୂଚନା ମିଳିଛି ଏବଂ ଫୋନ ଜରିଆରେ ଯୋଗା ଯୋଗ କଲେ ମଧ୍ୟ ଧମକ ଚମକ ଦେଇ ନାଲି ଆଖି ଦେଖାଇ ରାଜସ୍ଵ ଖଜଣା ଫାଙ୍କା ମାରୁଥିବାର NAC କର୍ମଚାରୀଙ୍କ ଠାରୁ ପରିପ୍ରକାଶ ପାଇଛି l ଏହି ସନ ଗ୍ରାଫିକ୍ସ ଆଡ କମ୍ପାନୀ ବ୍ଲକ ପାଖରେ ଗୋଟିଏ ହୁଡିଙ୍ଗ,ଷ୍ଟେଟ ବ୍ୟାଙ୍କ ପାଖରେ ଆଉ ନୂତନ ବଜାର ପାଖା ପାଖୀ ନିଜସ୍ଵ ହୁଡ଼ିଂଙ୍ଗ ଥିବାବେଳେ ଜୁନାଗଡ଼ ବସଷ୍ଟାଣ୍ଡ ପାଖରେ ଥିବା କୋଲକାତାର କାରୁକୃତୀ କମ୍ପାନୀର ଗୋଟିଏ ହୁଡ଼ିଁଙ୍ଗ କୁ ଧମକ ଚମକ୍ ଦେଇ ସର୍ବମୋଟ ଚାରିଗୋଟି ହୁଡ଼ିଙ୍ଗ କୁ ନିଜ କବାଜାକୁ ନେଇ ଅକ୍ତିଆର କରି ଲୋକଙ୍କ ଶୁଭେଚ୍ଛା ବାର୍ତ୍ତା ଏବଂ ବିଜ୍ଞାପନ ପାଇଁ ହଜାର ହଜାର ଟଙ୍କା ଆଦାୟ କରି NAC କୁ ରାଜସ୍ଵ ଖଜଣା ଫାଙ୍କା ମାରୁଥିବାର୍ NAC OFFICE ରୁ ପରିପ୍ରକାଶ ପାଇଛି l କିନ୍ତୁ ଏଥି ମଧ୍ୟରୁ ଅନେକ ହୁଡ଼ିଁଙ୍ଗ ଭେଣ୍ଡର ଠିକ୍ ଭାବରେ ଖଜଣା ପୈଠ କରୁଥିବା ବେଳେ ଏହି ସନ ଗ୍ରାଫିକ୍ସ ଆଡ କମ୍ପାନୀ କାହା ସାହାସରେ ଏତେ ବଳୀୟାନ ହୋଇ NAC କର୍ମଚାରୀଙ୍କୁ ନାଲିଆଖି ଦେଖାଇ ରାଜସ୍ଵ ଫାଙ୍କା ମାରିବାରେ ସଫଳ ହୋଇପାରୁଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହି ହୁଡ଼ିଙ୍ଗର ନିର୍ଦ୍ଦେଶାବଳୀ ଅନୁଯାୟୀ NAC ର ନିଜସ୍ଵ ହୁଡ଼ିଁଙ୍ଗ ର ମୂଲ୍ୟ ସ୍କ୍ବଆର ଫୁଟ = ଆଠ ଟଙ୍କା ହୋଇଥିବା ବେଳେ ଭେଣ୍ଡର ଧାରି କଂପାନୀ କୁ ସ୍କୁଆର ଫୁଟ = ଚାରି ଟଙ୍କା NAC କୁ ପୈଠ କରିବାକୁ ପଡ଼ିଥାଏ ସେଥି ମଧ୍ୟରେ ଗୋଟିଏ ଗୋଟିଏ ହୁଡ଼ିଙ୍ଗ ପାଖା ପାଖି ୨୦୦ ଶହ ସ୍କୁଆର୍ ଫୁଟ ରହିଥିବାର ଦେଖିବାକୁ ମିଳୁଛି l ହେଲେ ଏହି ସନ ଗ୍ରାଫିକ୍ସ ଆଡ କମ୍ପାନୀ ୨୦୧୯ ମସିହାରୁ ଏତେ ସ୍କୁଆର ଫୁଟ ହୁଡ଼ିଙ୍ଗ ଆଉ ଏତେ ଗୁଡ଼ାଏ ହୁଡ଼ିଙ୍ଗ ଗୁଡ଼ାକୁ କବଜା କରି କେତେ ଯେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଫାଙ୍କା ମାରୁ ନ ଥିବ ତାହା ସଠିକ୍ ଭାବରେ ତଦନ୍ତ ହେଲେ ସତ୍ୟା ସତ୍ୟ ଲୋକଲୋଚନକୁ ଆସିବ l ଏଭଳି ବେନିୟମ ହୁଡ଼ିଙ୍ଗ ପାଇଁ ଜୁନାଗଡ଼ NAC ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉ ଥିବା ବେଳେ ଏ ହୁଡ଼ିଙ୍ଗ ଗୁଡ଼ିକର ରାଜସ୍ବ ଖଜଣା ନ ଦେଇ ଏ ସନ ଗ୍ରାଫିକ୍ସ ଆଡ କମ୍ପାନୀ କୋଉ ଏତେ ବଡ ବଡିଆ ରାଜନେତା କି ବିଶିଷ୍ଟ ବ୍ୟକ୍ତିଙ୍କ ସାହସରେ NAC କର୍ମଚାରୀଙ୍କୁ ନାଲିଆଖି ଦେଖାଉ ଥିବା ଦୃଶ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଏଣୁ ଆଗାମୀ ଦିନରେ ଏହି ସନ ଗ୍ରାଫିକ୍ସ ଆଡ କମ୍ପାନୀ ହୁଡ଼ିଙ୍ଗ ର ରାଜସ୍ବ ଖଜଣା ପାଇଁ ଜୁନାଗଡ଼ NAC OFFICE କି ପଦକ୍ଷେପ ନେଇ ରାଜସ୍ବ ଖଜଣା ଆଦାୟ କରିବାରେ ସଫଳ ହେଇପାରୁଛୁ କି ସେହି ହୁଡ଼ିଙ୍ଗ ଭାଙ୍ଗି ଫୋପାଡିବାରେ ସଫଳ ହେଇ ପାରୁଛି ଦେଖିବାକୁ ବାକି ରହିଲା l
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




