ଶ୍ୟାମେଶ୍ଵରଙ୍କ ପୀଠରେ ଜାଗର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର – ବିଂଝାରପୁର ଥାନା ବରି ବ୍ଳକ ଅନ୍ତର୍ଗତ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମର ପ୍ରସିଦ୍ଧ ପୀଠ ଶ୍ୟାମେଶ୍ଵରଙ୍କ ପୀଠରେ ମହା ଶିବରାତ୍ରି ଓ ଜାଗର ମେଳା ଆୟୋଜନ ପାଇଁ ଏବଂ ଦୋକାନ ପାଇଁ ଟୋକନ ନେବାଲାଗି ପ୍ରସ୍ତୁତି ଆରମ୍ଭ ଆରମ୍ଭ ହୋ ଇଛି । ନରହରି ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଏବଂ ଆଧ୍ୟାତ୍ମିକ ବ୍ୟାକ୍ତି ତଥା ପରୋପକାରୀ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ପୃର୍ବ ବର୍ଷର ବିବରଣୀ ପ୍ରଦାନ କରିଥିଲେ। ତିନିଦିନ ଧରି ଜାଗର ମେଳା ଅନୁଷ୍ଠିତ ହେବା ସହ ଶିବରାତ୍ରି ଦିନ ରାତି ୧୦ ଟାରେ ମହାଦୀପ ପ୍ରଜ୍ଜଳନ ଓ ୧୬ ତାରିଖ ଠାରୁ ମୁକ୍ତାକାଶ ରଙ୍ଗମଞ୍ଚରେ ଯାତ୍ରା ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।ୁ କମିଟି ପକ୍ଷରୁ ଗଣେଶ ପ୍ରସାଦ ସାମଲ, ଗଣେଶ ପ୍ରସାଦ ସାମଲ, ଅଜିତ୍ କୁମାର ସାମଲ, ଅମ୍ବିକା ପ୍ରସାଦ ସାମଲ, ରବିନ୍ଦ୍ର ନାୟକ, ପ୍ରକାଶ ନାୟକ, ଅକ୍ଷୟ ସାମଲ,ଅରୁଣ ସାମଲ, ସନ୍ତୋଷ ରାଉତ,,ଦିଲ୍ଲିପ ସାମଲ ପ୍ରମୁଖଙ୍କ ଉପରେ ଦାୟିତ୍ଵ ଦିଆଯାଇଛି। ଶିକ୍ଷାବିତ ଗୋପିନାଥ ଦାଶ, ଦିଗାମ୍ବର ପରିଡ଼ା,ଦୃର୍ଗାଚରଣ ମହୀ,ଅଟଳ ବିହାରୀ ନାୟକ,କୈଳାସ ସାମଲ,ବାଉଲି ବରାଳ,ବିଭୁତି ରାୟ, ମୁରଲୀ ପାତ୍ର, ଭାସ୍କର ସାମଲ, ପ୍ରଫୁଲ୍ଲ ସାମଲ,ଭଗବାନ ଜେନା, ଲାଲବିହାରୀ ଜେନା,ବୁଲୁ ଯେନାଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟ ବଣ୍ଟନ କରାଯାଇଥିଲା।ସନାତନ ରାୟ ଧନ୍ୟବାଦ୍ ଅର୍ପଣ ଦେଇଥିଲେ। ଆଜିଠାରୁ ଦୋକାନ ଗୃହ ପାଇଁ ଟୋକନ ନେବାଲାଗି ବ୍ୟବସ୍ଥା କରାଯାଇଛି ବୋଲି ସଂପାଦକ ଗୋବିନ୍ଦ ଚନ୍ଦ୍ର ସାମଲ ପ୍ରକାଶ କରିଛନ୍ତି।



