ଗୋଲାମୁଣ୍ଡା ବ୍ଲକ ପରିସରରେ ଉଦ୍ୟୋଗୀ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ଼,୧୦।୨(ଜାଗ୍ରତ ଭାରତ): ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଉଦ୍ୟୋଗୀମାନଙ୍କୁ ସହାୟତା କରିବା, ଯାହାଦ୍ୱାରା ସେମାନେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ, ବର୍ତ୍ତମାନର ବ୍ୟବସାୟକୁ ବିକଶିତ କରିପାରିବେ ଏବଂ ବଜାରରେ ପ୍ରତିଯୋଗିତା କରିପାରିବେ। ଉଦ୍ୟମିତା କ୍ଷେତ୍ରରେ ତାଲିମ ଏବଂ ପରାମର୍ଶ ସେବା ଯୋଗାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେବାଗୁଡ଼ିକର ଏକ ନେଟୱାର୍କକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳନା କରାଯାଉଛି ।
ଏହି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ଛୋଟ ବ୍ୟବସାୟ ବିକାଶ କେନ୍ଦ୍ର, ମହିଳା ବ୍ୟବସାୟ କେନ୍ଦ୍ର ଭଳି ସଂଗଠନ ଅନ୍ତର୍ଭୁକ୍ତ। ମହିଳା ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ତାଲିମ, ବୈଷୟିକ ସହାୟତା, ଏବଂ ପାଣ୍ଠି ଯୋଗାଣରେ ସହାୟତା ଏକ ଅଣଲାଭକାରୀ ସଂଗଠନ, ଉଦ୍ୟୋଗୀ ତଥା ଛୋଟ ବ୍ୟବସାୟୀ ମାନଙ୍କୁ ମାଗଣା ପରାମର୍ଶ ପ୍ରଦାନ କରିପାରିବେ ବୋଲି ଏହି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ମାନେ ନିଜ ନିଜ ମତ ରଖିଥିଲେ । ଏହି ପ୍ରକାରର କାର୍ଯ୍ୟକ୍ରମଗୁଡ଼ିକ ଉଦ୍ୟୋଗୀ ମାନଙ୍କୁ ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା, ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା, ଏକ ସଫଳ ବ୍ୟବସାୟ ପ୍ରତିଷ୍ଠା କରିବା ଏବଂ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାର ମୂଳ ଲକ୍ଷ ଅଟେ। ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଯୋଗଦେଇ ଏହି କାର୍ଯ୍ୟକ୍ରମ ସଂପର୍କରେ ପ୍ରାଞ୍ଚଳ ଭାବରେ ଉପସ୍ଥିତ ଉଦ୍ୟୋଗୀ ଓ ସାଧାରଣ ବ୍ୟକ୍ତିବିଶେଷଙ୍କୁ ବିସ୍ତାରିତ ଭାବରେ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ତ୍ରିପୁର ମହାନନ୍ଦ,ବରିଷ୍ଠ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,ମାନସ ମିଶ୍ର,ଦୀପକ ଅଗ୍ରୱାଲ ଡିଆଇସି ଜେନେରାଲ ମ୍ୟାନେଜର,ଜେବାନନ୍ଦ ପ୍ରଧାନ ଏ.ଆଇ.ଓ ଡିଆଇସି,ବିଶ୍ୱଜିତ୍ କଅଁର ଏ.ଆଇ.ଓ, ଗୋଲାମୁଣ୍ଡା ଡିଆଇସି ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର ବହୁ ଗ୍ରାମପଞ୍ଚାୟତମାନଙ୍କରୁ ଶତାଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।



