.ମହାଶିବରାତ୍ରୀ ପାଇଁ ବିଭିନ୍ନଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ପରିବାରର ମଙ୍ଗଳ କାମନା କରି ଜାଗର ଉତ୍ସବ
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପୁରାତନ ଶୈବପିଠ ମାନଙ୍କରେ ବିପୁଳ ଭକ୍ତମାନଙ୍କ ସମାଗମରେ ଦେବଦେବ ମହାଦେବଙ୍କ ଶିବରାତ୍ର ଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ସହର ସ୍ଥିତ ବାବା ଭବାନୀଶଙ୍କର, ଭଣ୍ଡେ ଶ୍ଵର ଓ ଜଳେଶ୍ଵର ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି। ସେହିପରି ଧର୍ମଗଡ଼ ର ପାରଦେଶ୍ଵର ସହ ବିଭିନ୍ନ ଗ୍ରାମମାନଙ୍କଠାରେ ଥିବା ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭକ୍ତ ଶିବଙ୍କ କରୁଣା ପାଇଁ ଉପବାସବ ବ୍ରତ ପାଳନ ପୂର୍ବକ ଶିବରାତ୍ର ବା ଜାଗର ଯାତ୍ରା ପାଳନ କରିଛନ୍ତି| ଏହିପରୀପେକ୍ଷୀରେ
. ଧର୍ମଗଡ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଙ୍ଗ ସାପାଳି ଗ୍ରାମ ପଞ୍ଚାୟତର ବନୂଆଁ ମୁଣ୍ଡା ଗାଁରେ ଥିବା ନର୍ମଦାଶ୍ଵର ବାବା ମହାଦେବଙ୍କ ପିଠ ରେ ଆନନ୍ଦମୟୂପରିବେଶ ମଧ୍ୟରେ ମହାଶିବରାତ୍ରା ଜାଗର ଉତ୍ସବ ପାଲନ ହୋଇଯାଇଛି.ଏହିଗ୍ରାମ ହାତୀ ଓ ତେଳ ନଦୀର ତଟବର୍ତ୍ତ ଗ୍ରାମ ଅଟେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପ୍ରାକୃତିକ ରାଣୀ ରୂପମୟୀ କରି ଗଡ଼ିତୋଲିଛଏଠାକାର ଜନଜାତୀ ଅତି ସରଳ ଏପରି ପରିବେଶ ମଧ୍ୟରେ ଦୀର୍ଘ ୪ରିବର୍ଷ ହେଲା ବାବା ନିର୍ମଦାଶ୍ଵର ପୂଜାର୍ଚ୍ଚନା ପାଇଆସୁଛନ୍ତି। ମହା ଉତ୍ସାହର ସହ
ମହା ଶିବରାତ୍ର ଉତ୍ସବ ପାଳିତ ହୋଇଆସୁଛି ଚ଼ଳିତବର୍ଷ ମଧ୍ୟ ମହାଦେବଙ୍କ ଶିବରାତ୍ର ପାଳନ ହୋଇଛି, ଆୟୋଜକ କମିଟି କୁହନ୍ତି ଆସ୍ତେ ଆସ୍ତେ ଉକ୍ତଙ୍କ ସମାଗମ ବଡ଼ିବାରେ ଲାଗିଛି। ଏବର୍ଷ ବାବାଙ୍କ ନୀତିକାନ୍ତିର ସହ ଜାଗର ଯାତ୍ରା ପାଳନ ସହ ଭକ୍ତମାନଙ୍କପାଇଁ ଅନ୍ନ ଭୋଗର ବ୍ୟବସ୍ଥା ହୋଇଛି।ଫାଗୁନମାଷ କୃଷ୍ଣପକ୍ଷତ୍ରୀୟୋଦଶୀ ତିଥିରେ ଭୋଳାଶଙ୍କରଙ୍କ ଜାଗର ଯାତ୍ରା ବା ମହାଶିବରାତ୍ର ପାଳନା କରାଯାଇଥାଏ।ଏହି ଦିନ ଦେବଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କଲେ ପ୍ରଭୁଙ୍କ କୃପା ମିଳିଥାଏ ବୋଲି ଭକ୍ତ ବିଶ୍ଵାସ ରହିଛି।
ଭବାନୀପାଟଣାରୁ ନାରାୟଣ ନାୟକ ଧର୍ମଗଡ଼ରୁ ଧବଳେଶ୍ଵର ରଣା (ଜାଗ୍ରତ ଭାରତ)



