ମହାଶିବରାତ୍ରୀ ରେ ଯାଇଥିଲେ ମନ୍ଦିର, ଦୁର୍ଘଟଣାଘଟି, ଜଣେ ମୃତ ଜଣେ ଗୁରୁତର।
ଜାଗରରେ ଯାଇଥିଲେ ମନ୍ଦୀର, ମହାଶିବରାତ୍ରି ହେଲା ପ୍ରଶାନ୍ତ ଙ୍କ ପାଇଁ ଶେଷ ଶିବରାତ୍ରୀ, ଦୁର୍ଘଟଣା ଘଟି ଚାଲିଗଲା ଜୀବନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟ ସିଆଳିଯୋଡା ରେ ଏକ ମୋଟର ସାଇକେଲ ଗଛରେ ପିଟି ହୋଇଥିବା ନେଇ ସୂଚନା। ଉକ୍ତ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର। ମୃତକ ଜଣଙ୍କ ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ଧଳାଡିହ ଗ୍ରାମର ପ୍ରଶାନ୍ତ ଗିରି ହୋଇଥିବା ନେଇ ସୂଚନା ଓ ଆହତ ଜଣକ ଚମ୍ପୁଆ ଏଲଆଇସି କୋଲୋନୀର ରଜତ ରଜକ । ଦୁହେଁ ଗତକାଲି ମହାଶିବରାତ୍ରି ଉପଲକ୍ଷେ ଚମ୍ପୁଆ ନିକଟସ୍ଥ ରାମତୀର୍ଥ ଶିବମନ୍ଦିର କୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଆଜି ସକାଳୁ ସିଆଳିଯୋଡା ନିକଟରେ ରାସ୍ତା କଡ଼ରେ ପଡିଥିବା ଦେଖି ମର୍ଣିଙ୍ଗ ଓ୍ବାର୍କ ଯାଇଥିବା କିଛି ବ୍ୟକ୍ତି ଦେଖି ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା। ଏଠାରେ ପ୍ରଶାନ୍ତ କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ରଜତକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




