ଚିଚିଆ ଗ୍ରାମପଞ୍ଚାୟଠାରେ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ;
ଗୋଲାମୁଣ୍ଡା ୨୩,୦୨(ଜାଗ୍ରତ ଭାରତ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିପୁରା ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଜନ ଶୁଣାଣି ଶିବିର। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡ ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜନସୁଣାଣୀକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଏହି ଜନ ଶୁଣାଣି ଶିବିରରେ ଶତାଧିକ ଲୋକ ନିଜର ଗୁହାରି ନେଇ ପହଞ୍ଚିଥିଲେ। ଆଜିର ଏହି ଶିବିରରେ ମୋଟ ୪୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୬ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରି ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ବିଡିଓ। ବାକି ଥିବା ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ଯାଞ୍ଚ କରି ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଏବିଡ଼ିଓ ବିଜୟ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ମଦନ ପଟେଲ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ଵରଞ୍ଜନ ପଣ୍ଡା ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।ଏହି ଶିବିରରେ ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ସମସ୍ୟା ଏବଂ ଆବାସ ଯୋଜନାରେ ଘର ନପାଇବା ଭଳି ଗୁରୁତର ଅଭିଯୋଗ ସବୁ ଆସିଥିଲା। ଏପରି ସମସ୍ୟାକୁ ସମାଧାନ ପାଇଁ ବ୍ଳକ୍ ପ୍ରଶାସନ ସଜାଗ ରହିବେ। କିନ୍ତୁ ଏଠାରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଚାଳିପାରୁନଥିବା ବାଧ୍ୟକ୍ୟ ବୁଡ଼ା ବୁଡ଼ି ଯାହାର କେହି ନାହିଁ ସେ କଣ କରିବ ତାହାର ଦୁଃଖ ଅନ୍ତହେବ ନାହିଁ କି ଏହାର ଏକ ଉଦାହରଣ ଗୋଲାମୁଣ୍ଡା ବ୍ଲକର ରେଙ୍ଗ ସାପାଲି ଗ୍ରାମପଞ୍ଚାୟ ଅଧିନ ଗ୍ରାମ କାର୍ଲୀ ଗ୍ରାମଠାରେ ବାସକରୁଥିବା ୭୫ ବୟସର ବୁଡ଼ି କନକ ମାଝି ଯାହାର କିଏ ନାହିଁ ତାହାର ଦହନୀୟ ଅବସ୍ଥା ଦେଖିଲେ ନିଶ୍ଚୟ ଯେ କେହିବି କହିବେ ଜନଶୁଣାଣୀ ଶିବିର ଲୋକ ଦେଖାଣିଆ’ ଏଣୁ ଗ୍ରାମବାସୀ ମାନେ ବିଡ଼ିଓ ମହାଶୟଙ୍କ ଅନୁରୋଧ କରିଛନ୍ତି ଆପଣଙ୍କ ଅଧିକାରୀମାନଙ୍କୁ ଏହାରି ସତ୍ୟାସତ୍ୟ ଅନୁସନ୍ଧାନ କରି କନକ ମାଝିର ଦୁଃଖ ଦୂର କରିବାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।



