ଦୋଳପୂର୍ଣ୍ଣିମା ଅବସରରେ ଅନ୍ତରଙ୍ଗିମହିମା ମଠରେ ଗୁରୁ ପୂଜନ ଦିବସ ପାଳିତ

ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅଧିନସ୍ତ ବଡ଼ ଚେର ଗାଁ ପଞ୍ଚାୟତର କର୍ଲା ଗ୍ରାମସ୍ଥିତ ଅନ୍ତରଙ୍ଗିମଠରେ ଦୋଳପୂର୍ଣ୍ଣମା ଅବସରରେ ଗୁରୁପୂଜନ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ମଙ୍ଗଳବାର ଦିନ ମହିମା ଧର୍ମାବଲମ୍ବୀମାନଙ୍କ ପକ୍ଷରୁ ଗ୍ରାମ ଦେଇ ବହିଯାଉଥିବା ଚ଼ିରସ୍ରୋତା ନଦୀ, ତେଳ ନଦୀ ରୁ ଗଙ୍ଗାମାତାଙ୍କ ପୂଜା ଅର୍ଚ୍ଚନା କରି ଜଳ ସଂଗ୍ରହ କରି ବିରାଟ ପଟୁଆରରେ ଭକ୍ତ ଜଳ ଆଣି ଆଶ୍ରମରେ ପହଞ୍ଚିବାପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଦୀର୍ଘ ୩୯ ବର୍ଷ ଧର ଏହି ପରମ୍ପରା ଚାଲିଆସୁଛି I

ଏହି ଗୁରୁ ପୂଜନ ଦିବସ ପାଳନ ପାଇଁ ଅଞ୍ଚଳର ଆଖପାଖ ଅଞ୍ଚଳର ଭକ୍ତଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଯଥା ସୁଦୂର ଭୁବନେଶ୍ଵର ରୁ ଭକ୍ତ ଆସ ଉତ୍ସବରେ ଯୋଗଦେଇ ସୃଷ୍ଟିକର୍ତ୍ତା ପ୍ରଭୁ ପରତ୍ମା ସଂପର୍କରେ ଅବଗତ ହୋଇଥାନ୍ତି।ଚଳିତ ବର୍ଷ ମୁଖ୍ୟ ଆକର୍ଷ ଥିଲା ବିର କିଶୋର ବାବାଙ୍କୁ ମଠର ଗୁରୁ ରୂପରେ ସମସ୍ତ ଦାଇତ୍ୱ ନିର୍ବାହ କରିବା ପାଇଁ ସମର୍ପଣ କରାଗଲା। ଗତବର୍ଷର ମଠର ବାବା ନିଳକଣ୍ଠଶ୍ଵରଙ୍କ ଇହଧ୍ୟାମ ତ୍ୟାଗ ପରେ ସେ ସ୍ଥାନ ପୂରଣ କରାଯାଇଥିଲା ଉକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଧର୍ମଗଡ଼ ଉପଖଣ୍ଡ ରୁ ଧବଳେଶ୍ୱର ରଣାଙ୍କ ସହ ଭବାନୀପାଟଣା ରୁ ନାରାୟଣ ନାୟକଙ୍କ ରିପୋର୍ଟ (ଜାଗ୍ରତ ଭାରତ ନ୍ୟୁଜ )



