୧୦ଦଫା ଦାବି ନେଇ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଡେରା ଗ୍ରାମ ବାସି ,
ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଡେରା ଗ୍ରାମବାସୀ ୧୦ଦଫା ଦାବି ସମ୍ବଳିତ ପ୍ରସଙ୍ଗକୁ ନେଇ ପ୍ରଶାସନକୁ ଆନ୍ଦୋଳନ ଚେତାବନୀ ଦେଇଥିଲେ। ୨୦୧୩ ମସିହାର ତ୍ରିପାକ୍ଷିକ ବୈଠକର ନିଷ୍ପତି ଅନୁଯାୟୀ ୯୦ଏକର ଚାଷ ଜମିର କ୍ଷତି ପୁରଣ ପ୍ରଦାନ,ଡେରା ଗ୍ରାମ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ସ୍ଥାନୀୟ ଅନନ୍ତ ଓ ଭୁବନେଶ୍ଵରୀ ଖଣିର ସାଇଲୋ ଓ କେସିସିଏଲ୍ ଭଳି ଠିକା ସଂସ୍ଥାରେ ନିଯୁକ୍ତି,ଡେରା ଗ୍ରାମ୍ୟ ରାସ୍ତାକୁ ଆଲୋକି କରଣ,ନୂତନ ରାସ୍ତା ନିର୍ମାଣ ଓ ଜଳ ସିଞ୍ଚନ,ପ୍ରତ୍ୟେକ ପରିବାରକୁ ପିଇବା ପାଣି ଯୋଗାଣ,ଏମସିଏଲ ଦ୍ୱାରା ମୁକ୍ତ ବିଜୁଳି ପ୍ରଦାନ, କତକ ପୋଖରୀକୁ ସଫେଇ ଓ ବନ୍ଧକୁ ପଥର ଦ୍ଵାରା ସୁରକ୍ଷା, ପାଇପ୍ ଦ୍ଵାରା ପୋଖରୀ ଗୁଡ଼ିକୁ ଜଳ ଯୋଗାଣ,କଲ୍ୟାଣ ମଣ୍ଡପ ନିର୍ମାଣ,ଦୋଳ ପୂର୍ଣ୍ଣିମାରେ ଦେବଦେବୀଙ୍କ ଅର୍ଚ୍ଚନା ପାଇଁ ଏମସିଏଲ ଦ୍ଵାରା ବର୍ଦ୍ଧିତ ବଜାର ଦର ଅନୁଯାୟୀ ବାର୍ଷିକ ଅନ୍ୟୁନ ୧୦ଲକ୍ଷ ଟଙ୍କାର ଆର୍ଥିକ ରାଶି ସହାୟତା ପ୍ରଦାନ ଓ ଗ୍ରାମର ଉଭୟ ପାର୍ଶ୍ୱରେ ଥିବା ଡ୍ରେନର ସଫେଇ ପାଇଁ ଦାବି କରିଥିଲେ। ଦାବି ଗୁଡ଼ିକୁ ବିଚାରଯୋଗ୍ୟ ବୋଲି ଉପଖଣ୍ଡ ଦଣ୍ଡଦାଧିଶ ତଥା ଉପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନା ଉପଲବ୍ଧି କରିଥିଲେ। ତେଣୁ ଏହି ପ୍ରସଙ୍ଗ ଗୁଡ଼ିକୁ ତ୍ରିପାକ୍ଷିକ ବୈଠକ କରି ସମାଧାନ କରିବାକୁ ଉପଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୧୦୬/ତା- ୦୭.୦୩.୨୦୨୬ରେ ସମାଧାନ କରିବାକୁ ଲିଖିତ ଭାବେ ଡେରା ଗ୍ରାମବାସୀ, ଏମସିଏଲ କର୍ତୁପକ୍ଷ ଓ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ନିର୍ଦ୍ଦିଷ୍ଟ ଦିନ ଡେରା ଗ୍ରାମ୍ୟ ସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ସମ୍ପାଦକ ଶ୍ରୀ କନ୍ଦର୍ପ ପ୍ରଧାନ ଓ ୧ଶହରୁ ଉର୍ଦ୍ଧ ଗ୍ରାମବାସୀ ଗୁରୁବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଅପରାହ୍ନ ୧ ବେଳେ ଉପଜିଲ୍ଲାପାଳଙ୍କ ଆୟୋଜିତ ତ୍ରିପାକ୍ଷିକ ବୈଠକରେ ଉପଖଣ୍ଡ ପୋଲିସ ଅଧିକାରୀ, କଲିୟରି ଥାନାର ଅଧିକାରୀ,ଜଗନ୍ନାଥ ଓ ଭ୍ବନେଶ୍ୱରି କ୍ଷେତ୍ର ଜିଏମ୍, ଭୁବନେଶ୍ଵରୀ ଓ ଅନନ୍ତ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ୧୦ଦଫା ଦାବିର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଥିଲା। ଏହି ଦାବୀ ଗୁଡ଼ିକ ମଧ୍ୟରୁ ନିଯୁକ୍ତି ପାଇଁ ଜଗନ୍ନାଥ କ୍ଷେତ୍ର ଜିଏମ୍ ଶ୍ରୀ ଅଶୋକ କୁମାର ଧଳ ମାତ୍ର ୪୦ଜଣ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ରାଜି ହେଇଥିଲେ। ଅନ୍ୟ ଦାବି ଗୁଡ଼ିକୁ ନିସର୍ତ୍ତ ସମ୍ପୂର୍ଣ୍ଣ କରିବାକୁ ନିଷ୍ପତି ପରେ ଗ୍ରାମବାସୀ ଆନ୍ଦୋଳନ ଚେତାବନିରୁ ନିବୃତ ହେଇଥିଲେ।

April 19, 2026/
No Comments


