୬୫ ବର୍ଷିୟା ବୃଦ୍ଧାଙ୍କ ଠେଙ୍ଗା ମାଡ଼ରେ ୯୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା । ଶିରପୁର ଗାଁରେ ଠେଙ୍ଗା ମାଡ଼ରେ ୯୦ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବାବେଳେ ଘଟଣାରେ ଜଡିତ ୬୫ ବର୍ଷିୟା ବୃଦ୍ଧାଙ୍କୁ ପୋଲିସ୍ ଗିରଫ କରିଛି।
ଶିରପୁର ଗାଁରେ ଗତ ରାତିରେ ଏହି ଦୁଃଖଦ ଘଟଣା ଘଟିଥିବା ନେଇ ସୂଚନା। ମୃତକ ହେଲେ ୯୦ ବର୍ଷିୟା ସୋମବାରୀ ସର୍ଦ୍ଦାର । ସୂଚନା ଅନୁସାରେ, ଗାଁର ଏହି ୯୦ ବର୍ଷିୟା ବୃଦ୍ଧାଙ୍କ ସହ ସେହି ଗାଁର ସୋମବାରୀ ସର୍ଦ୍ଦାରଙ୍କର କିଛି କଥାକୁ ନେଇ କଥା କାଟାକାଟି ହୋଇଥିଲା। ସେ ସମୟରେ ଉଭୟେ ହାଣ୍ଡିଆ ପିଇ ନିଶାଗ୍ରସ୍ତ ଥିବା ନେଇ ସୂଚନା। କଥାକାଟାକାଟି ତିବ୍ର ହେବା ପରେ ଅଭିଯୁକ୍ତ ବୃଦ୍ଧା ଠେଙ୍ଗାରେ ସୋମବାରୀ ସର୍ଦ୍ଦାରଙ୍କ ମୁଣ୍ଡକୁ ମାଡ଼ ମାରିବା ଫଳରେ ଗୁରୁତର ଆହତ ହୋଇ ପଡ଼ିରହିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ଘଟଣା ଜାଣିବାପରେ ମୂମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲ୍ ପଠାଇଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଉଥିବା ବେଳେ, ବାଟରେ ସୋମବାରୀ ସର୍ଦ୍ଦାରଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ଚମ୍ପୁଆ ପୋଲିସ୍ ଅଭିଯୁକ୍ତ ବୃଦ୍ଧାଙ୍କୁ ଗିରଫ କରିବା ସହିତ ଘଟଣାରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାକୁ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ଚମ୍ପୁଆ ପୋଲିସ୍।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)


