ମଦ ଜବତ କରିବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ କଲେ ମଦବ୍ୟବସାୟୀ
କେନ୍ଦୁଝର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା।ମଦ ଜବତ କରିବାକୁ ଯାଇଥିବା ସମୟରେ ଫାଣ୍ଡି ଅଧିକାରୀଙ୍କୁ ମାଡ଼, ମହିଳାଙ୍କ ପଥର ମାଡ଼ରେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମ ଗୁରୁତର, ମହିଳା କନେଷ୍ଟବଳ ହେମଳତା ନାଏକ ଆହତ, ପାଟଣା ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଥାନାଅନ୍ତର୍ଗତରେ ମଦ ବାଲିତୋଟା ଗ୍ରାମରେ ମଦ ବ୍ୟବସାୟ ହୋଉଥିବା ଖବର ପାଇ ଉକ୍ତ ଗ୍ରାମକୁ ମଦ ଜବତ କରିବାକୁ ଯାଇଥିଲେ ପୋଲିସ୍। ଗ୍ରାମକୁ ମଦ ଜବତ କରିବାକୁ ଯାଇଥିବା ସମୟରେ ପୋଲିସ ଉପରକୁ ଆକ୍ରମଣ । ମଦ ବ୍ୟବସାୟ କରୁଥିବା ପରିବାର ଲୋକ ପୋଲିସ୍ ଉପରକୁ ଆକ୍ରମଣ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



