ପି ଏମ୍ କିଷାନ ସମ୍ମାନ ନିଧିର ୨୨ ତମ କିସ୍ତି ପ୍ରଦାନ ।

ଅନୁଗୋଳ,ତା.୧୩.୦୩: ଆଜି ଆସାମର ଗୌହାଟି ଠାରୁ ଏକ ଭବ୍ୟ ଊତ୍ସବରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପି ଏମ୍ କିଷାନ ସମ୍ମାନ ନିଷ୍ଠୁର ୨୨ ତମ କିସ୍ତି ପ୍ରଦାନ କରିଛନ୍ତି । ଅନୁଗୋଳ ଜିଲ୍ଲା ର କୃଷି ବିଜ୍ଞାନ କେନ୍ଦ୍ର ଠାରେ ଏହି ସିଧା ପ୍ରସାରଣ ନିମନ୍ତେ ଏକ ସମାରୋହ ଆୟୋଜନ କରାଯାଇଥିଲା । ପି ଏମ୍ କିଷାନ ଯୋଜନାରେ ଛୋଟ ଓ ନାମ ମାତ୍ର ଚାଷୀମାନଙ୍କୁ ବର୍ଷକୁ ୩ ଟି କିସ୍ତିରେ ୨୦୦୦ ଟଙ୍କା ହିସାବରେ ୬୦୦୦ ଟଙ୍କା ଚାଷ କାର୍ଯ୍ୟରେ ସହାୟତା ପାଇଁ ପ୍ରଦାନ କରାଯାଇଥାଏ । ଅନୁଗୋଳ ଜିଲ୍ଲାର ୧ ଲକ୍ଷ ୨୪ ହଜାର ୮୨୧ ଜଣ ଚାଷୀଙ୍କୁ ମୋଟ ୨୪ କୋଟି ୯୬ ଲକ୍ଷ ୪୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧ୍ ଶ୍ରୀ ସୋମନାଥ ରାଊତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡଃ.ଦେବାଶିଷ ମିଶ୍ର, ଜିଲ୍ଲା ମୁଖ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଊପସ୍ଥିତ ଥିଲେ । ଆତ୍ମା ଊପ ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଭାତୀ ରାମ ମଞ୍ଚ ପରିଚାଳନା କରିବ । ସ ହ ଧନ୍ୟବାଦ ଅର୍ପଣ କରିଥିଲେ ।



