ଜୟଗୋପଳ ଭାଗବତ ପାରାୟଣ କମିଟି ଆନୁକୂଲ୍ୟରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଦିବସ ଅନୁଷ୍ଠିତ

ଆଳି —- ଆଳି ବ୍ଳକ ଅନ୍ତର୍ଗତ ଦେସାହି ପଞ୍ଚାୟତର ପରମାନନ୍ଦପୁର ଗ୍ରାମରେ ଥିବା ଜୟଗୋପଳ ଭାଗବତ ପାରାୟଣ କମିଟି ଆନୁକୂଲ୍ୟରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଦିବସର ପ୍ରଥମ ଦିବସରେ ଶୁଭାଧିବାସ,ଭାଗବତ ପାଠ ଆରମ୍ଭ,ସାରସ୍ବତ ମିଳନ ଓ ଆଧ୍ୟାତ୍ମିକ କବିତା ପାଠୋତ୍ସବ,ପ୍ରବଚନ କାର୍ଯ୍ୟକ୍ରମ, ଭଜନ ସଂଧ୍ୟା,,ହରିହାଟ ଓ ନାମ ସଂକୀର୍ତ୍ତନ,ଭଜନ ସମାରୋହ,ଭକ୍ତି ସଙ୍ଗୀତ ଭିର୍ତ୍ତୀକ ନୃତ୍ୟ,ନାମ ହାଟ ଓ ନାମ ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଭାଗବତ ପାରାୟଣ କମିଟି ପକ୍ଷରୁ ପ୍ରକାଶ କରାଯାଇଛି।

ଆଜି ସଂଧ୍ୟାରେ ଆଳିର ବିଧାୟକ ପ୍ରତାପ କେଶରୀ ଦେବ।ବିଜେପିର ନେତା କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। କବି ଗଦାଧର ପଢିହାରି,କବି ସନ୍ତୋଷ ବେଉରିଆ, ନାଟ୍ୟକାର ଖଗେଶ୍ବର ସାହୁ ଏବଂ କବି ଅମ୍ବିକା ପ୍ରସାଦ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ରେ କବୟତ୍ରୀ ସୁଚିତ୍ରା ଦାସ, ନାରାୟଣ ଚନ୍ଦ୍ର ଦାସ ପଦ୍ମଚରଣ ନାୟକ, ନରହରି ସାମଲ,ବିଷ୍ଣୁ ଚରଣ ସାହାଣୀ, ସୁବାଷ ଚନ୍ଦ୍ର ସାହାଣୀ,ଭବ ବିରଞ୍ଚି ନାରାୟଣ ମହାନ୍ତି,,ଶରତ ଚନ୍ଦ୍ର ନାୟକ,ଶରତ ଚନ୍ଦ୍ର ପରିଡା,ଅରୁଣ କୁମାର ସାମଲ,ଦିଲିପ କୁମାର ସାମଲ,ଭାରତ ଭୁଷଣ ମଲ୍ଲିକ, ସରୋଜ କୁମାର ମଲ୍ଲିକ, ରମାକାନ୍ତ ନାୟକ, ପ୍ରମୁଖ ଯୋଗଦେଇ କବିତା ପାଠ ପଢିଥିଲେ।




