ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ
ଦିଲ୍ଲୀରୁ କେଜ୍ରିୱାଲଙ୍କ ଆହ୍ୱାନ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ଏବଂ ପୌର ନିର୍ବାଚନ ପାଇଁ ଆପ୍ ର ପ୍ରସ୍ତୁତି ବୈଠକ, ଦିଲ୍ଲୀରୁ କେଜ୍ରିୱାଲଙ୍କ ଆହ୍ୱାନ। ଆସନ୍ତା ରାଜ୍ୟ ସ୍ତରୀୟ ସାଂଗଠନିକ ବୈଠକ ମଇ ୨୪ ତାରିଖରେ ଭୁବନେଶ୍ୱର ଠାରେ ଯୋଗଦେବେ ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂହ, ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ବୀରେନ୍ଦ୍ର ସିଂ କାଦିଆନ ଓ ଅନ୍ୟ ୬ ଜଣ ପର୍ଯ୍ୟବେକ୍ଷକ। ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ରାଜ୍ୟ ସୋସିଆଲ ମିଡ଼ିଆ ପ୍ରଭାରୀ ବିଷ୍ଣୁପ୍ରସାଦ ପଣ୍ଡା, ଲୋକସଭା କ୍ଷେତ୍ର ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସମ୍ପାଦକ ଅନିଲ ସାମଲ, କୋଷାଧକ୍ଷ ନିରଞ୍ଜନ ପତି, ଓଡାପଡ଼ା ବ୍ଲକ ସଭାପତି ପିତାମ୍ବର ଦାସ, ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନିରଦ ଚନ୍ଦ୍ର ବାରିକ, ପ୍ରସନ୍ନ ବରାଳ, ସୁଚିତ୍ରା ସିଂ, ବିନୀତା ଡୋରା, ମଧୁସୂଦନ ମଲିକ, ସନାତନ ନାଏକ, ଜୟନ୍ତ ଦାସ, ନିରାକାର ସାହୁ ପ୍ରମୁଖ ଏକ ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା ମଇ ୨୪ ତାରିଖ ପାଇଁ ଢେଙ୍କାନାଳ ଜିଲ୍ଲାରୁ ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍ ରୁ ସମ୍ଭାବ୍ୟ ପ୍ରାର୍ଥୀ ଏବଂ ସଭାପତି ଭୁବନେଶ୍ୱର ଯିବାପାଇଁ ଚିଠା ପ୍ରସ୍ତୁତ କରାଯାଇଥିଲା। ଦେଶରେ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଦେଶର ମନ୍ତ୍ରୀ, ପ୍ରଧାନମନ୍ତ୍ରୀ ତଥା ଅନ୍ୟ ନେତାମାନେ ଶହ ଶହ ଯାନରେ ରାଲି କରିବେ, ବିଦେଶ ଭ୍ରମଣ କରିବେ। କିନ୍ତୁ ଅନ୍ୟ ସାଧାରଣ ଲୋକଙ୍କୁ ଉପଦେଶ ଦେଉଛନ୍ତି ଯେ : ପେଟ୍ରୋଲ, ଡିଜେଲ, ଗ୍ୟାସ, ଖାଇବା ତେଲ କମ୍ ଖର୍ଚ୍ଚ କର। ବର୍ଷକ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ, ବିଦେଶ ଭ୍ରମଣ କରନ୍ତୁ ନାହିଁ, ବିଦେଶରେ କାର୍ଯ୍ୟରତ ପିଲାମାନଙ୍କୁ ଘରେ ରହି କାମ କରନ୍ତୁ। ଏଠାରେ ପ୍ରଶ୍ନ ଉଠୁଛି ଆମେ ଯେଉଁ ନେତା ମନ୍ତ୍ରୀ ମାନଙ୍କୁ ଅନୁକରଣ କରୁଛେ ସେମାନେ ଏହାକୁ ପାଳନ କରୁଛନ୍ତି ତ? ସମସ୍ତ ବୋଝ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଉପରେ ଲଦି ଦିଆଯାଉଛି। ଆଜିର ବୈଠକରେ ଏପରି କାର୍ଯ୍ୟ ପ୍ରଣାଳୀଙ୍କୁ ଘୋର ନିନ୍ଦା କରାଯାଇଥିଲା।



