ଜଗନ୍ନାଥ କ୍ଷେତ୍ରର ଡିଏଭି ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.ର ଦ୍ୱାଦଶ ଶ୍ରେଣୀରେ ଶତ ପ୍ରତିଶତ ସଫଳତା
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ଆନୁକୂଲ୍ୟରେ ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ତାଳଚେର ଡିଏଭି ପବ୍ଲିକ୍ ସ୍କୁଲ, ଏମ.ସି.ଏଲ, ଜଗନ୍ନାଥ କ୍ଷେତ୍ରର ଛାତ୍ରଛାତ୍ରୀ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ବିଦ୍ୟାଳୟରୁ ଯୁକ୍ତ ଦୁଇ ( +2 ) ବିଜ୍ଞାନରେ ୯୩ ଜଣ, ବାଣିଜ୍ୟରେ ୪୧ ଜଣ ଏବଂ କଳାରେ ୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ମିଶ୍ର ୯୩% ନମ୍ବର ରଖି ପ୍ରଥମ ସ୍ଥାନ, ସ୍ଵସ୍ତି କିରଣ ସାହୁ ୯୨% ନମ୍ବର ସହ ଦ୍ୱିତୀୟ ସ୍ଥାନ ଓ ସୌରଭ ରଞ୍ଜନ ଦାସ , ପିୟୁଷ ପ୍ରିତମ ପଣ୍ଡା ଉଭୟେ ୯୦.୨% ନମ୍ବର ରଖି ଯୁଗ୍ମ ତୃତୀୟ ସ୍ଥାନ ହାସଲ କରିଛନ୍ତି।ବାଣିଜ୍ୟ ବିଭାଗରେ ଚିରାଗ ଅଗ୍ରୱାଲ ୯୬.୪% ନମ୍ବର ସହ ପ୍ରଥମ, ଚେତନ କୁମାର ଅଗ୍ରୱାଲ ୯୩.୮% ନମ୍ବର ସହ ଦ୍ୱିତୀୟ ଏବଂ ଶତାକ୍ଷୀ ୯୩.୨% ନମ୍ବର ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।କଳା ବିଭାଗରେ ସ୍ମୃତି ଶ୍ରୀୟା ପାଣିଗ୍ରାହୀ ୮୪.୬% ନମ୍ବର ସହ ପ୍ରଥମ, ତେଜସ ପ୍ରଧାନ ୭୯.୮% ନମ୍ବର ସହ ଦ୍ୱିତୀୟ ଏବଂ ଶାଶ୍ଵତ ସାଇ ଜେନା ୭୮.୪% ନମ୍ବର ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୁକ୍ଳା ଚକ୍ରବର୍ତ୍ତୀ ସାଧୁବାଦ ଜଣାଇଛନ୍ତି।



