:ବରାହକଟାରେ ରାମଲୀଳା ସହ ସଂସ୍କୃତିକ କାର୍ଯ୍ୟକ୍ରମ::

ବରଗଡ:୧୭/୫(ପବିତ୍ର ମେହେର) ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗୀତାରେ ଦୁଇ ଦିନ ଧରି ଅତାବିରା ବ୍ଲକ ଲଚିଦା ସ୍ଥିତ ବରାହକଟା ଠାରେ ରାମଲୀଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ପ୍ରଥମ ଦିନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମାଜସେବୀ ଅଜିତ ପତି, ଜନବନ୍ଧୁ କୁମାର, ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ ଉତଘାଟନ କରିଥିଲେ l ରାମଲୀଳା ଅବସରରେ ସମ୍ୱଲପୁରୀ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା lଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗୀତାରେ ଦୁଇ ଦିନ ଧରି ଆତାବିରା ବ୍ଲକ ଲଚିଦା ବରହକଟା ଠାରେ ରାମଲୀଳା ଓ ସମ୍ୱଲପୁରୀ ନୃତ୍ୟ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦ୍ଵିତୀୟ ଦିବସ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ଅରୂପା ସାହୁ, ସମିତି ସଭ୍ୟ ବିଦ୍ୟାଧର ପଧାନ, ସମାଜସେବୀ ଚନ୍ଦ୍ରମଣି ବରିହା, ନାଟ୍ୟ କାର ମନୋଜ କୁମାର ଭୁଏ ସମସ୍ତେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ କରମସାନି, ଘୁଡକା ନାଚ, ସମ୍ୱଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା l ଏହି ଉତ୍ସବରେ ବାର ଜଣ କଳାକାରଙ୍କୁ ବୀର ଜନାର୍ଦ୍ଦନ ସିଂ ସୃତି ସମ୍ମାନରେ ସମ୍ମାନିତ କାରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ ଚକାବେନି ସାଂସ୍କୃତିକ କଳାପରିଷଦର ସମ୍ପାଦିକା ନୃତ୍ୟଭାରତୀ ନୀଳିମା କଣ୍ଟା ଧନ୍ୟବାଦ ଅର୍ପଣ କରିଥିଲେ l




